Categories: ଜାତୀୟ

ଛତିଶଗଡ଼ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୧୨ା୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ବିଶ୍ୱଭୂଷଣ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ।

ରାଷ୍ଟ୍ରପତି  ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ଏହି ବଦଳିରେ ବିଶ୍ୱଭୂଷଣଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେହିପରି ବିଶ୍ୱଭୂଷଣଙ୍କ ସ୍ଥାନରେ ଅବସରପ୍ରାପ୍ତ ଜଷ୍ଟିସ୍‌ ଏସ୍‌ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି।

ବିଶ୍ୱଭୂଷଣ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା। ସେ ୨୦୧୯ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Share