ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା: ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୭।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦରସ୍ଥିତ ମାର୍କେଟ କମ୍ପ୍ଲେକ୍ସଠାରେ ଆୟୋଜିତ ବିଶ୍ୱକର୍ମା ପୂଜାରେ କର୍ତ୍ତା ଭାବେ ରାମଚନ୍ଦ୍ର ଚୌଧୁରୀ ଓ ତାଙ୍କ ପତ୍ନୀ ରୁକ୍ମିଣୀ ଚୌଧୁରୀ ପୂଜାର୍ଚ୍ଚନା କରିଥିଲେ। ପୂଜକ ଭାବେ ଭାରତ ଭୂଷଣ ମହାପାତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ବ୍ଲକ ସଦର ବିଦ୍ୟୁତ୍‌ ବିଭାଗ, ଅଗ୍ନିଶମ ବିଭାଗ, ସାନ ଡୁଙ୍ଗୁରିଗୁଡ଼ା, ରିଷିଡା, ତେରେସିଙ୍ଗା, ଜୋରାଡବରା, ଗଜବାହାଲ ପ୍ରମୁଖ ସ୍ଥାନରେ ଧୁମ୍‌ଧାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।