ମଣ୍ଡପ ବୁଲି ବିଶ୍ୱକର୍ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ରବିବାର ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। ବିଶେଷକରି ବିଦ୍ୟୁତ୍‌ ବିଭାଗ, ସରକାରୀ ଏବଂ ଘରୋଇ ବସ ସଂଘ, ଟ୍ୟାକ୍ସି, ଅଟୋ ସଂଘ, ଗ୍ୟାରେଜ ଆଦିରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ସୋନ୍ଦର୍ଯ୍ୟମୟ ମଣ୍ଡପ ରଙ୍ଗିନ ଆଲୋକ ମାଳାରେ ଝଲସି ଉଠୁଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ବିଶେଷ କରି ଶିଳ୍ପ ଓ ଖଣି ସମୃଦ୍ଧ ଯୋଡ଼ା, ବଡ଼ବିଲ, ଶୁଆକାଟି, ଦଇତାରୀ ଆଦି ଅଞ୍ଚଳରେ ଦେବ ଶିଳ୍ପୀଙ୍କ ପୂଜା ଧୁମ୍‌ଧାମରେ ହେଉଛି। କର୍ମଚାରୀଙ୍କଠାରୁ ଆରମ୍ଭ କରି ଗାଡ଼ିଚାଳକ, ହେଲପର, ଶ୍ରମିକ, କର୍ମଚାରୀ ତଥା ସାଧାରଣ ଲୋକେ ନୂଆ ପୋଷାକ ପିନ୍ଧି ଗାଡ଼ି ଓ ମେଶିନ ପୂଜା କରିଛନ୍ତି। ଅନୁକୂଳ ପାଗ ଯୋଗୁ ଶ୍ରଦ୍ଧାଳୁ ସନ୍ଧ୍ୟାରେ ମଣ୍ଡପ ବୁଲି ବିଶ୍ୱକର୍ମାଙ୍କ ଦର୍ଶନ କରିଛନ୍ତି। ଏନେଇ ମଣ୍ଡପରେ ଲୋକଙ୍କ ଭିଡ ଜମିଛି।

Share