Categories: ଜାତୀୟ

୩୧ ଜାନୁୟାରୀରେ ବିଶ୍ୱାସଘାତ ଦିବସ ପାଳନ, କୃଷକ ସଂଗଠନର ଘୋଷଣା…

ନୂଆଦିଲ୍ଲୀ, ୨୯।୧ : ଜାନୁୟାରୀ ୩୧ରେ ବିଶ୍ୱାସଘାତ ଦିବସ ପାଳନ ହେବ। ଏନେଇ ମିଳିତ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଦେଶର ୫୦୦ ଜିଲାରେ ଏହା ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ସଂଗଠନ କହିଛି।

ଏହି ଅବସରରେ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ଫେବୃୟାରୀ ୩ରେ ଭାଜପା ବିରୋଧରେ ମିଶନ ଉତ୍ତରପ୍ରଦେଶ ଅଭିଯାନ ଆରମ୍ଭ ହେବ।

ଲଖିମପୁର ଖେରିଠାରେ ହୋଇଥିବା କୃଷକ ହତ୍ୟାକାଣ୍ଡରେ କୌଣସି ନ୍ୟାୟ ହୋଇ ନଥିବା ଅଭିଯୋଗ କରି ମିଳିତ କୃଷକ ସଂଗଠନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

Share