ଦୃଶ୍ୟମାନ (ଅ)ସଚ୍ଚୋଟତା

ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପ୍ରମୁଖ ୩ ସ୍ତମ୍ଭ ଭାବେ ବିବେଚନା କରାଯାଏ। ଏଥିମଧ୍ୟରୁ ନ୍ୟାୟପାଳିକା ସର୍ବାଧିକ ନିରପେକ୍ଷତା ଅବଲମ୍ବନ କରିବା କଥା। ବିଗତ କିଛି ବର୍ଷ ହେବ ନ୍ୟାୟପାଳିକାରେ ସେଟିଂ ବା ସଲାସୁତୁରାର ବହୁଳ ବ୍ୟବହାର ହେଉଥିବାରୁ ସାମାଜିକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ୁଛି। ଏ ବିଷୟ ସମସ୍ତେ ଉପଲବ୍ଧି କରୁଥିଲେ ମଧ୍ୟ ପ୍ରତିକାର ବାହାରିପାରୁ ନାହିଁ। ଉତ୍ତରପ୍ରଦେଶ ଲୋକାୟୁକ୍ତରେ ନୂଆ କରି ଉପ ଲୋକାୟୁକ୍ତ ଭାବେ ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ଶପଥ ନେଇଥିବା ଘଟଣା ହେଉଛି ସଦ୍ୟ ଆଲୋଚ୍ୟ ବିଷୟ। ଲକ୍ଷ୍ନୌ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଭାବେ ସୁରେନ୍ଦ୍ର ୩୦ ସେପ୍ଟେମ୍ବର ୨୦୨୦ରେ ବାବ୍ରୀ ମସ୍‌ଜିଦ ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସମେତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ବାବ୍ରୀ ମସ୍‌ଜିଦ ଭାଙ୍ଗିବାର କୌଣସି ପୂର୍ବ ଯୋଜନା ନ ଥିଲା। ଏମାନେ ଲୋକମାନଙ୍କୁ ମସ୍‌ଜିଦ ଭାଙ୍ଗିବା ଲାଗି ଉସୁକାଇ ନ ଥିଲେ ବରଂ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବୋଲି ସୁରେନ୍ଦ୍ର ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଏପରି ରାୟ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଆଜି ଯେତେବେଳେ ତାଙ୍କୁ ଏକ ରାଜ୍ୟର ଉପ-ଲୋକାୟୁକ୍ତ ଭଳି ବୈଧାନିକ ପଦବୀରେ ଅବସ୍ଥାପିତ କରାଯାଇଛି, ସେଥିରୁ ଯେକେହି ଅନୁମାନ କରିବା ସ୍ବାଭାବିକ ଯେ ରାୟ ପଛରେ ତାଙ୍କ ଉଚ୍ଚ ପଦ ଲାଳସା ଥିଲା। ଅବଶ୍ୟ ନ୍ୟାୟପାଳିକାରେ ଏଭଳି କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବା ଦ୍ୱନ୍ଦ୍ୱନିହିତ ସ୍ବାର୍ଥରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିଜ ନାମ ପଞ୍ଜୀକରଣ କରି ସାରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଧୀଶ ଭାବେ କାର୍ଯ୍ୟ ତୁଲାଇବା ପରେ ସେ ରାଜ୍ୟ ସଭା ସଦସ୍ୟ ହୋଇଛନ୍ତି। ଅର୍ଥାତ୍‌ ତାଙ୍କ ରାୟଗୁଡ଼ିକ କେତେ ନିରପେକ୍ଷ ହୋଇଥିବ ତାହା ଯେକେହି ବୁଝିପାରୁ ଥିବେ। ସେହିଭଳି ଆଦର୍ଶ କୁମାର ଗୋଏଲ ୨୦୧୮ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଅବସର ନେବା ପରେ ତୁରନ୍ତ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ( ଏନ୍‌ଜିଟି)ର ଅଧ୍ୟକ୍ଷ ଭାବେ ପୁରସ୍କୃତ ହୋଇଥିଲେ। ମନେପକାଇ ଦିଆଯାଇପାରେ ଯେ, ଗୋଏଲଙ୍କର ଶେଷ ରାୟରେ ତଫସିଲଭୁକ୍ତ ଜାତି ଓ ଜନଜାତି ନିର୍ଯାତନା ନିରୋଧୀ ଆଇନ ବିରୋଧରେ ମତ ପ୍ରକାଶ ପାଇଥିଲା। ତାହା ଭାଜପାର ଏଜେଣ୍ଡା ବୋଲି ସେତେବେଳେ କୁହାଯାଇଥିଲା।
ଅର୍ଥ, କ୍ଷମତା ଓ ପ୍ରତିପତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ବ୍ୟକ୍ତି ଯେତେବେଳେ ନିରପେକ୍ଷତା ହରାଇ ବସନ୍ତି ସେତେବେଳେ ସେହି ସବୁ ଅନୁଷ୍ଠାନର ମୃତ୍ୟୁଘଣ୍ଟି ବାଜେ। ନୂଆ ପିଢ଼ିଙ୍କ ପାଇଁ ଆଦର୍ଶ ହେବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ପୂର୍ବରୁ ଆଦର୍ଶ ଓ ଗୋଗୋଇ ଏବଂ ଏବେ ସୁରେନ୍ଦ୍ରଙ୍କ ଭଳି ବ୍ୟକ୍ତିମାନେ ସର୍ବୋଚ୍ଚରେ ରଖୁଥିବାରୁ ସେହି ତାଲିକାରେ ଆହୁରି ଅନେକେ ସାମିଲ ହେବାକୁ ଇଚ୍ଛା କଲେଣି। ଲୋକାୟୁକ୍ତ କଥା ଦେଖିଲେ ସେଥିରେ ରାଜନୈତିକ ପୃଷ୍ଠଭୂମି ନ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି। କିନ୍ତୁ ଭିତରକୁ ଦେଖିଲେ ରାଜନୈତିକ ବ୍ୟକ୍ତିଙ୍କ ଇଙ୍ଗିତରେ ସବୁ କିଛି ଚାଲିଛି। ଏହି ବୈଧାନିକ ସଂସ୍ଥା ଦୁର୍ନୀତି, ସରକାରୀ କଳର କୁପରିଚାଳନା, ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ କ୍ଷମତାର ଦୁରୁପଯୋଗ ଆଦି ଅଭିଯୋଗର ତଦନ୍ତ କରିଥାଏ। ଏବେ ସୁରେନ୍ଦ୍ରଙ୍କ ଭଳି ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଲୋକାୟୁକ୍ତରେ ଉପ-ଲୋକାୟୁକ୍ତ ଭାବେ ଅବସ୍ଥାପିତ କରାଯିବା ଦ୍ୱାରା କେତେଦୂର ଏହି ଲକ୍ଷ୍ୟ ପୂରଣ ହୋଇପାରିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ସୁରେନ୍ଦ୍ର ଦର୍ଶାଇଥିବା ଚରିତ୍ର ତାଙ୍କୁ ନୈତିକ କାର୍ଯ୍ୟ କରିବାକୁ ଦେବ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଇଂଲିଶରେ ଢଗ ଅଛି, ଯାହାର ଅର୍ଥ-ଉଚ୍ଚପାହ୍ୟା ଲୋକ କେବଳ ସଚ୍ଚୋଟ ହେବା ଯଥେଷ୍ଟ ନୁହେଁ, ଲୋକଚକ୍ଷୁରେ ସେମାନଙ୍କର ସଚ୍ଚୋଟପଣିଆ ଦୃଶ୍ୟମାନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ତାରାର ମୃତ୍ୟୁରେ ଆମର ଜୀବନ

ଖ୍ୟାତ କବି ୱାଲ୍ଟ ୱିଟ୍‌ମ୍ୟାନ ତାଙ୍କ କବିତା ‘ଲିଭ୍ସ ଅଫ୍‌ ଗ୍ରାସ’ରେ କହିଥିଲେ, ”ମୁଁ ବିଶ୍ୱାସକରେ ଯେ ଗୋଟିଏ ଘାସପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ...

ମୋର ଭୁଲ୍‌ କେଉଁଠି

ଅଚିହ୍ନା ଥିବା ଯାଏ ମୋ ମାଆଙ୍କୁ ସଭିଏଁ ଭଲ ପାଉଥିଲେ, ଆଦର ଯତ୍ନ କରୁଥିଲେ। ସୁନ୍ଦର ସୁନ୍ଦର ପରାମର୍ଶ ଦେଉଥିଲେ ଯଥା- ଠିକ୍‌ ସମୟରେ ଖାଅ,...

କେବଳ ଛଳନା

ଯଦି ତୁମ ସହିତ ମୋର କିଛି ବିବାଦ ଅଛି, ତେବେ ମୁଁ ଏହାକୁ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏରେ ସମାଧାନ କରିପାରିବି। ପ୍ରଥମଟି ହେଉଛି...

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା...

କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ...

ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର...

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri