୫-ଟି ସଚିବଙ୍କ ସୋରଡ଼ା ଗସ୍ତ ବେଳେ ଲୋକଙ୍କୁ କଲମ ନ ନେବା ପାଇଁ କରାଯାଇଥିଲା ସତର୍କ

ସୋରଡ଼ା,୨୬ା୮(ଲମ୍ବୋଦର ପାଣିଗ୍ରାହୀ): ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପହଞ୍ଚିବା ପରେ ସୋରଡ଼ା ଏନ୍‌ଏସି ଓ ବେଲଗୁଣ୍ଠା ଏନ୍‌ଏସିର ଅଧ୍ୟକ୍ଷ ଓ କାଉନସିଲରମାନେ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗସ୍ତକୁ ଭିତ୍ତି କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟକ୍ଷ ଛାତ୍ରୀଛାତ୍ରଙ୍କୁ କଲମ ନେବାକୁ ବାରଣ କରଯାଇଥିଲା । ଏପରିକି ଜଣେ ଅଧ୍ୟକ୍ଷ ନିଜର ପେନ୍‌କୁ ଫିଙ୍ଗି ଦେଇଥିଲେ ବୋଲି ନିଜ ନାମ ଗୋପନ ରଖି କହିଛନ୍ତି। ଏପଟେ ମହିଳାମାନଙ୍କୁ ବ୍ୟାଗ୍‌ ନେବାକୁ ମନା କରାଯାଇଥିଲା। ଯାହାକି କେତେକ ମହିଳା ଭିତରକୁ ନ ଯାଇ ଫେରିଥିଲେ। ପୋଲିସ ଛାଉଣୀ ସହ ଦମକଳ ବାହିନୀ ସୁରକ୍ଷା ଦାୟିତ୍ୱରେ ଥିଲେ। ଅଞ୍ଚଳର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରୀଛାତ୍ର ପାଠପଢ଼ାକୁ ଗୁରୁତ୍ୱ ଦେବା ସହ କର୍ତ୍ତବ୍ୟନିଷ୍ଠ ହେବାକୁ କହିଥିଲେ। ଜନସାଧାରଣ ନିଜ ନିଜର ଆଞ୍ଚଳିକ ସମସ୍ୟା, ସ୍ବାସ୍ଥ୍ୟ ବ୍ୟବସ୍ଥା, ରାସ୍ତା ସମସ୍ୟା, ମନ୍ଦିର ଉନ୍ନତିକରଣ, ନେଇ ଦାବିପତ୍ର ପ୍ରଦାନ କରିଥିଲେ।

Share