Categories: ଜାତୀୟ

ଭିସ୍ତାରା କ୍ରିଉ ମେମ୍ବରଙ୍କୁ ମୁଥମାରି ମହିଳା ଯାତ୍ରୀ ଗିରଫ

ମୁମ୍ବାଇ, ୧।୨: ଭିସ୍ତାରା ଏୟାର ଲାଇନ୍ସରେ ଯାତ୍ରା କରୁଥିବା ଜଣେ ମହିଳା କ୍ରିଉ ମେମ୍ବରଙ୍କୁ ମୁଥମାରି ଗିରଫ ହୋଇଛନ୍ତି। ବିମାନଟି ଆବୁଧାବିରୁ ମୁମ୍ବାଇ ଆସୁଥିଲା। ଇଟାଲିର ପାଓଲା ପେରୁସିଓ (୪୫) ନାମ୍ନୀ ମହିଳା ଇକୋନୋମିକ୍‌ ଶ୍ରେଣୀ ଟିକଟ କରି ବିଜ୍‌ନେଶ କ୍ଲାସରେ ବସିବାକୁ ଜିଦ୍‌ କରିଥିଲେ। ଅନ୍‌ ବୋର୍ଡ କ୍ରିଉ ମେମ୍ବର ମହିଳାଙ୍କୁ ଏ ନେଇ ବାରଣ କରିବାରୁ ପାଓଲା କ୍ରିଉ ମେମ୍ବରଙ୍କୁ ମୁଥା ମାରି ସେମାନଙ୍କ ସହ ଝଗଡ଼ା କରିଥିଲେ। ଏଥିସହ ମହିଳାଜଣକ ଅର୍ଦ୍ଧନଗ୍ନ ହୋଇ ସେଠାରୁ ଚାଲିଯାଇଥିବା କ୍ରିଉ ମେମ୍ବର କହିଛନ୍ତି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ତୁରନ୍ତ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା। ଗିରଫର କିଛି ସମୟ ପରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି। ଘଟଣା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଉଡ଼ନ୍ତା ବିମାନରେ ଝଗଡ଼ା ରୋକିବା ଲାଗି ପାଇଲଟ ବାରମ୍ବାର ଆନାଉନ୍ସମେଣ୍ଟ କରିଥିଲେ ସୁଦ୍ଧା ମହିଳା କ୍ରଉ ମେମ୍ବରଙ୍କ ସହ ପାଟିତୁଣ୍ଡ ବନ୍ଦ କରି ନ ଥିବା ଭିସ୍ତାରା ପକ୍ଷରୁ କୁହାଯାଇଛି।

Share