Posted inଜାତୀୟ

ଭିସ୍ତାରା ଯାତ୍ରୀବାହୀ ବିମାନରେ ତ୍ରୁଟି: ସିଙ୍ଗିଲ୍‌ ଇଞ୍ଜିନ୍‌ରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୬।୭: ଆଜିକାଲି ଦେଶରେ ବିମାନର ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ବ୍ୟାଙ୍କକରୁ ଦିଲ୍ଲୀ ଫେରୁଥିବା ଭିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ (UK-122 (BKK-DEL)ର ଇଞ୍ଜିନ ଫେଲ ହୋଇଯାଇଛି। ଇଞ୍ଜିନ ଫେଲ ହୋଇଥିବା ସତ୍ତ୍ୱେ ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍‌ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇ ଦିଲ୍ଲୀ ବିମାନ ବନ୍ଦରର ପାର୍କିଂ ୱେରେ ରଖାଯାଇଛି। ଏ ବାବଦରେ ଡିଜିସିଏକୁ ସୂଚନା ଦିଆଯାଇଥିଲା। ଏହି ଘଟଣା ଜୁଲାଇ ୫ରେ ଘଟିଥିଲା।
ଏନେଇ ଭିସ୍ତାରା ମୁଖପାତ୍ର କହିଛନ୍ତି ଯେ, ଆମର ବିମାନ UK-122 (BKK-DELରେ ଜୁଲାଇ ୫ରେ ଦିଲ୍ଲୀରେ ଅବତରଣ କରିବା ପରେ ପାର୍କିଂ ଓ୍ବେକୁ ନିଆଯିବା ସମୟରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା। ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କର୍ମଚାରୀମାନେ ବିମାନଟିକୁ ପାର୍କିଂ ବେ’କୁ ଟାଣିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ,ଜୁଲାଇ ୫ରେ ସ୍ପାଇସଜେଟର ଏସ୍‌ଜି-୧୧ ବିମାନ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବାବେଳେ ବ୍ୟୁଲ୍‌ ଇଣ୍ଡିକେଟର୍‌ରେ ତ୍ରୁଟି ଜଣାପଡିବା ପରେ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ହତ୍ୟାକାରୀ, ୩ ସ୍ଥାନରେ ୧୦ ମିନିଟ୍ କରିଥିଲେ ଗୁଳିବର୍ଷା: ସାମ୍ନାକୁ ଆସିଲା ପହଲଗାମ ଆକ୍ରମଣର ଛାତିଥରା ତଥ୍ୟ

ନୂଆଦିଲ୍ଲୀ,୨୪।୪: ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ...

ସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ୫ ନକ୍ସଲ ନିହତ, ୧,୦୦୦ଙ୍କୁ ଘେରି ରହିଛନ୍ତି ୨୦,୦୦୦ ସୈନ୍ୟ

ବିଜାପୁର,୨୪।୪: ଦେଶରେ ଏଯାଏଁ ହୋଇଥିବା ସର୍ବବୃହତ ନକ୍ସଲ ବିରୋଧୀ ଅପରେସନ ବୋଲି କୁହାଯାଉଥିବା ଏହି ଅଭିଯାନରେ, ତିନୋଟି ରାଜ୍ୟର ୨୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଛତିଶଗଡ଼ର...

Jammu Kashmir Encounter: ପହଲଗାମ ଆଟାକ୍‌ ପରେ ବଡ଼ ଏକନାଉଣ୍ଟର, ଶହୀଦ ହେଲେ ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨୪।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣପରେ, ଗୁରୁବାର ସକାଳେ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଜିଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ...

ଭାରତରେ ଆକ୍ରୋଶ; କିନ୍ତୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନରେ ଉତ୍ସବ ପାଳନ, ମଗାଗଲା କେକ୍‌

ନୂଆଦିଲ୍ଲୀ,୨୪।୪:ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ...

ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ନେଲା ଭାରତ, ଏବେ ପାକିସ୍ତାନ ସରକାରଙ୍କ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ ଭାରତ ସରକାର ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର X...

ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଉଚ୍ଛେଦ ହେବ ଜବରଦଖଲ

ପାଟଣା,୨୪/।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସକାଶେ ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛି।...

Pahalgam Terror Attack: ଭିଡିଓ ଜାରି କରି ଥରିଲେ ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ମୋଦିଙ୍କୁ କହିଦେଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଜମ୍ମୁ-କଶ୍ମୀରର...

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image