୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ ହୋଇଯାଇଛି। ଏହି ଘଟଣା ଜାଣିବା ପରେ ଜିଲାପାଳ ସି କାଥିରାଭାନ ବ୍ୟକ୍ତିଗତ ପାଣ୍ଠିରୁ ୨୫,୦୦୦ଟଙ୍କା ଦେଇ ତାଙ୍କୁ ସାହାଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ଇରୋଡ ଜିଲାର ସୂଦୂର ପୋଠିଆ ମୋପାନୁର ଗ୍ରାମରେ ରହୁଥିବା ସୋମୁ (୫୮) ଦାବି କରିଛନ୍ତି ଯେ, ୨୦୧୬ ନଭେମ୍ବରରେ ହୋଇଥିବା ବିମୁଦ୍ରୀକରଣ ବିଷୟରେ ସେ ଗତ ଶୁକ୍ରବାର ଜାଣିବାକୁ ପାଇଥିଲେ। ଏହା ଜାଣି ସ୍ତ୍ରୀ ପାଲାନିୟାମଲଙ୍କ ସହ ନିଜ ସଞ୍ଚୟ ଅର୍ଥ ଧରି ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ସେ ଏବଂ ତାଙ୍କ ସ୍ତ୍ରୀ ଦଶ ବର୍ଷରୁ ଅଧିକ ସମୟ ଧରି ନିକଟସ୍ଥ ଆନ୍ଥିୟୁର ଏବଂ ଆସପା ଅଞ୍ଚଳରେ ଧୂପକାଠି ଏବଂ କ୍ୟାମ୍ପୋର ବିକ୍ରି କରି ଏହି ସଞ୍ଚୟ କରିଥିଲେ। ପ୍ରତି ସପ୍ତାହରେ ସେ ମାଆଙ୍କୁ କିଛି ଟଙ୍କା ଦେଉଥିଲେ, ଯାହାକୁ ସେ ମଧ୍ୟ ସଞ୍ଚୟ କରୁଥିଲେ।
ସୋମୁ କହିଛନ୍ତି ଯେ ଆମ ତିନିଜଣ ଜାଣି ନ ଥିଲୁ ୧୦୦୦ ଏବଂ ୫୦୦ ନୋଟଗୁଡିକ ବନ୍ଦ ହୋଇଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କୁ ଏକ ସ୍ମାରକପତ୍ର ପଠାଇ ତାଙ୍କୁ ସାହାଯ୍ୟ ମାଗିଛନ୍ତି। ଏହି ମାମଲା ଆସିବା ପରେ ଜିଲାପାଳ ନିଜେ ଆସି ତାଙ୍କୁ ସାହାଯ୍ୟ କରିଥିଲେ।

Share