Categories: ଖେଳ

ଆଫଗାନିସ୍ତାନୀ କ୍ରିକେଟର ଗୁରବାଜଙ୍କ ମହାନତା, ରାତି ୩ଟାରେ ରାସ୍ତାକଡ଼ରେ ଗରିବଙ୍କୁ କଲେ ସାହାଯ୍ୟ

ଅହମଦାବାଦ, ୧୨।୧୧: ଆଫଗାନିସ୍ଥାନ କ୍ରିକେଟ ଟିମ୍ ସେମିଫାଇନାଲରେ ପହଞ୍ଚିପାରି ନ ଥିଲେ ମଧ୍ୟ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଟିମ୍ କୁ ହରାଇ ସମସ୍ତଙ୍କ ମନ ଜିଣିଥିଲା। ବିଶ୍ୱକପରୁ ବାହାରିବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆଫଗାନିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ ଦୀପାବଳିର ବିଶେଷ ଉତ୍ସବରେ ରାସ୍ତାରେ ଶୋଇଥିବା ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି। ଗୁରୁବାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଆଫଗାନିସ୍ତାନ କ୍ରିକେଟରଙ୍କୁ ପ୍ରଶଂସା କରୁଛନ୍ତି।

ଭାଇରାଲ ଭିଡିଓରେ ଗୁରୁବାଜ ରାତିରେ ରାସ୍ତା କଡ଼ରେ ଶୋଇଥିବା ଗରିବଙ୍କ ପାଖରେ ଟଙ୍କା ରଖୁଥିବାର ନଜର ଆସିଛନ୍ତି। ଭିଡିଓର ପୃଷ୍ଠଭୂମିରେ ଅହମ୍ମଦାବାଦରୁ ଆସିଥିବା ରେଡିଓ ଜକି’ଙ୍କର ସ୍ୱର ମଧ୍ୟ ଶୁଣିବାକୁ ମିଳେ ଯେଉଁଥିରେ ସେ ଗୁରୁବାଜଙ୍କ ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୨୩ ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନର ଯାତ୍ରା ଚମତ୍କାର ଥିଲା। ହାଶମତୁଲ୍ଲା ଶାହିଦିଙ୍କ ନେତୃତ୍ୱରେ ଆଫଗାନିସ୍ତାନ ଦଳ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

Share