Categories: ବାଣିଜ୍ୟ

ଆକ୍ସିସ ବ୍ୟାଙ୍କରେ ଯୋଗଦେବେ ବିଶ୍ୱନାଥନ

ଭୁବନେଶ୍ୱର,୨୭।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନ ଆକ୍ସିସ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ (ପାର୍ଟ-ଟାଇମ୍‌) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏପରିକି ୨୦୨୩ ଅକ୍ଟୋବର ୨୭ରୁ କିମ୍ବା ରିଜର୍ଭ ବ୍ୟାଙ୍କ ବିଶ୍ୱନାଥନଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିବା ଦିନଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ଆକ୍ସିସ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୋର୍ଡ ବୈଠକରେ ଆରବିଆଇର ପୂର୍ବତନ ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନଙ୍କୁ ଆସନ୍ତା ୩ ବର୍ଷ ପାଇଁ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ (ପାର୍ଟ-ଟାଇମ୍‌) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ଏହା ବ୍ୟାଙ୍କର ଅଂଶଧନକାରୀ ଓ ରିଜର୍ଭ ବ୍ୟାଙ୍କର ମଞ୍ଜୁରୀ ଅପେକ୍ଷାରେ ରହିଛି। ସୂଚନାଯୋଗ୍ୟ, ୧୯୮୧ରେ ବିଶ୍ୱନାଥନ୍‌ ଆରବିଆଇରେ ଯୋଗ ଦେବା ସହ ଦୀର୍ଘ ୪ଦଶନ୍ଧି ଧରି କାର୍ଯ୍ୟ କରିବା ସହିତ ଡେପୁଟି ଗଭର୍ନର ଭାବେ ୨୦୨୦ ମାର୍ଚ୍ଚରେ ଅବସର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅମିତାଭ ଚୌଧୁରୀ କହିଛନ୍ତି,ଆକ୍ସିସ୍‌ ପରିବାରକୁ ବିଶ୍ୱନାଥନଙ୍କୁ ସ୍ବାଗତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Share