ହର୍ମୋନ୍ର ପ୍ରାକୃତିକ ଉପାଦାନ ହେଉଛି ଭିଟାମିନ ‘ଡି’। ଏହା ଶରୀରରେ ଅସ୍ଥି ଓ ମାଂସପେଶୀକୁ ମଜଭୁତ ରଖିବାରେ ସାହାଯ୍ୟ କରେ। ହେଲେ, ଶରୀରରେ ଯେତେବେଳେ ଏହି ଭିଟାମିନ୍ର ଅଭାବ ଘଟେ, ସେତେବେଳେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ୟୁନିଭରସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଏହା ଅସନ୍ତୁଳିତ ରହିଲେ ତାହାର ପ୍ରଭାବ ମାଂସପେଶୀ ଉପରେ ପଡ଼େ, ତା’ ସହ ଏଥିଯୋଗୁ ହୃତ୍ପିଣ୍ଡର କାର୍ଯ୍ୟ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଶରୀରରେ ଭିଟାମିନ୍ ‘ଡି’ର ଅଭାବ ପରିଲକ୍ଷିତ ହେଲେ ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇପଡ଼େ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଯଥା-କଦଳୀ, କମଳା, ଆଲ୍ମଣ୍ଡ, ଛତୁ, ଅଣ୍ଡା କେଶର, କ୍ଷୀର, ଜୁସ୍ ଆଦିକୁ ଖାଇବା ନିହାତି ଆବଶ୍ୟକ। ଏହାସହ ପ୍ରତିଦିନ ସକାଳେ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ।