ଆଲର୍ଜିରୁ ରକ୍ଷା କରେ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ଏଥିରେ ଥିବା ସ୍ବାସ୍ଥ୍ୟୋପକାରୀ ଗୁଣ ଆଲର୍ଜି ପରି ସମସ୍ୟାରୁ ଅନେକାଂଶରେ ରକ୍ଷା କରିଥାଏ। କେବଳ ସେତିକି ନୁହେଁ, ଏପରି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଚର୍ବିରେ ମିଶିଲେ ତାହା ଆଣ୍ଟିଅକ୍ସିଡେଣ୍ଟ ପରି କାମ କରେ। ଏପରି ଖାଦ୍ୟର ଆଉ ଏକ ଖାସ୍‌ ଗୁଣ ରହିଛି। ତାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖିଥାଏ। ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଶରୀରରେ ଲାଲ ରକ୍ତକୋଷିକା ନିର୍ମାଣରେ ସାହାଯ୍ୟ କରିଥାଏ। ଆମ ଶରୀରରେ ପିଟ୍ୟୁଟାରୀ ଗ୍ରନ୍ଥି ଏବଂ ଥାଇରଏଡ୍‌ ଗ୍ରନ୍ଥିର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ। ଗଜାମୁଗ, ଗଜା ବୁଟ, ସୂର୍ଯ୍ୟମୁଖୀ ତେଲ, କରଡ଼ି ତେଲ, କପା ତେଲରେ ଭିଟାମିନ୍‌ ‘ଇ’ ଭରି ରହିଛି।