କିଙ୍ଗ୍‌ ଖାନଙ୍କ ଉପରେ ବଲିଉଡକୁ ବର୍ବାଦ କରିଥିବା ଅଭିଯୋଗ ଆଣିଲେ ଅଗ୍ନିହୋତ୍ରୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ନିଜ ବୟାନ ହେତୁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ବଲିଉଡ ସେଲିବ୍ରେଟଙ୍କୁ ଟାର୍ଗେଟ କରିସାରିଛନ୍ତି। ଏଥର ଆଉ କେହି ନୁହେଁ କିଙ୍ଗ୍‌ ଖାନଙ୍କୁ ଟାର୍ଗେଟ କରିଛନ୍ତି। ବିବେକ ଶାହରୁଖ ଖାନଙ୍କୁ ବଲିଉଡକୁ ବର୍ବାଦ କରିଥିବା ଅଭିଯୋଗ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଶାହାରୁଖ ଖାନଙ୍କ ରାଜନୀତିକୁ ପସନ୍ଦ କରନ୍ତି ନାହିଁ।

ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି- କ’ଣ ଆପଣ ଜାଣିଛନ୍ତି ମୁଁ ଶାହାରୁଖ ଖାନଙ୍କ ପ୍ରଶଂସକ? ମୁଁ ସବୁବେଳେ କହିଆସୁଛି ଯେ ତାଙ୍କ ପରି କେହିନୁହଁନ୍ତି। କିନ୍ତୁ ମୁଁ ତାଙ୍କ ରାଜନୀତି ପସନ୍ଦ କରେ ନାହିଁ। ମୁଁ ଭାବୁଛି ବଲିଉଡକୁ ନଷ୍ଟ କରିବା ପାଇଁ ସେ ଦାୟୀ। ବିବେକ ଆହୁରି କହିଛନ୍ତି, ଶାହରୁଖ ବଲିଉଡରେ ସବୁକିଛି ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ଏହା କେବଳ ପିଆର୍‌, ହାଇପ, ଗ୍ଲାମର ଏବଂ ଷ୍ଟାରଡମରେ ପରିଣତ ହୋଇଛି। ବର୍ତ୍ତମାନ ଯିଏ ଷ୍ଟାରଡମ ନୁହଁନ୍ତି ସେ ଗ୍ରହଣୀୟ ନୁହେଁ। ଏହା ହେଉଛି ସମସ୍ୟା।

Share