ଟୁଇଟରରୁ ବିରତି ନେଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଦୁନିଆର ଆଗ ଧାଡିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଥାଆନ୍ତି ଖୁବ୍ ଚର୍ଚ୍ଚାରେ । ପ୍ରାୟ ସମସ୍ତ ବିଷୟରେ ନିଜର ବେକାବୁ ବୟାନକୁ ନେଇ ସେ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ଏହି ନିର୍ଦ୍ଦେଶକ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଘଟଣା ହେଲା ନିକଟରେ ବିବେକ ତାଙ୍କ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ ନିଜ ଟୁଇଟର ଆକଉଣ୍ଟରେ ଏକ ଟୁଇଟ୍ କରିଛନ୍ତି ।
ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନିର୍ଦ୍ଦେଶକ ଟୁଇଟରରୁ ବିରତି ନେବା ଜଣାପଡିବା ପରେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଟୁଇଟ କରି ବିବେକ ଲେଖିଛନ୍ତି, ବର୍ତ୍ତମାନ ମୋ ପାଇଁ ସମୟ କିଛି ଭଲ ଚିନ୍ତା କରିବାର, ସେଥିପାଇଁ ମୁଁ କିଛି ସମୟ ପାଇଁ ଟୁଇଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରୁଛି । ଖୁବଶୀଘ୍ର ସାକ୍ଷାତ୍ ହେବ । ବିବେକଙ୍କ ଏହି ଟୁଇଟ ଦେଖିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଆସିବାରେ ଲାଗିଛି । ଏହାସହ କତେଜଣ ୟୁଜର୍ସ ତାଙ୍କୁ ଟ୍ରୋଲ ବି କରିଛନ୍ତି ।
କେହି କେହି କମେଣ୍ଟ କରିଛନ୍ତି ଠିକ ସମୟରେ ଠିକ୍ ନିଷ୍ପତ୍ତି । ଆଉ କେହି ଲେଖିଛନ୍ତି ଦିଲ୍ଲୀ ଫାଇଲ୍ସ ପାଇଁ ସମୟ ମିଳିବ । ଆଉ କିଏ କହିଛି ନୂଆ ଚିନ୍ତା ମୁଣ୍ଡକୁ ଆସିବ । ଏହାକୁ ଦେଖି ଅନୁମାନ କରାଯାଉଛି କି ବିବେକ ହୁଏତ କିଛି ନୂଆ ଫିଲ୍ମର ଘୋଷଣା କରିବାକୁ ଯାଇ ଟୁଇଟରରୁ ଦୂରେଇ ଯାଇଛନ୍ତି । ଆଉ କେହି ଲେଖିଛନ୍ତି ଆପଣଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଗୁଡ ଲକ । ଆଉ କେହି ଲେଖିଛନ୍ତି ଏହି ଦିନକୁ ଅପେକ୍ଷା ଥିଲା ଅଲ ଦ ବେଷ୍ଟ । ଆଉ ଜଣେ ୟୁଜର ଲେଖିଛନ୍ତି କିଛି ସମୟ ପାଇଁ ନୁହେଁ ସବୁଦିନ ପାଇଁ ଟୁଇଟରରୁ ବିରତି ନିଅନ୍ତୁ ଏହା ଦେଶପାଇଁ ହିତକର ହେବ । ଆଉ କେହି ଲେଖିଛନ୍ତି ଆପଣଙ୍କ ଇଚ୍ଛା ।

Share