ଆସନ୍ତାବର୍ଷ ରିଲିଜ୍‌ ହେବ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭାକସିନ୍‌ ଓ୍ବାର’

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଅଳ୍ପ ଦିନରେ ଭଲ ଆୟ ମଧ୍ୟ କରିଥିଲା। କଶ୍ମୀର ଫାଇଲ ପରେ ଦର୍ଶକ ଆଉ ଏକ ଧମାକାଦାର ଫିଲ୍ମକୁ ଅପେକ୍ଷା କରିଥିଲେ। ଯାହାକୁ ନେଇ ନିର୍ଦ୍ଦେଶକ ସମ୍ପର୍ଣ୍ଣ କରିଛନ୍ତି। ବିବେକ ଅଗ୍ନିହୋତ୍ରୀ ତାଙ୍କ ଜନ୍ମଦିନରେ ପରବର୍ତ୍ତୀ ଫିଲ୍ମ ‘ଦ ଭାକସିନ୍‌ ଓ୍ବାର’କୁ ନେଇ ଘୋଷଣା କରିଛନ୍ତି। ଯାହା ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ନିର୍ଦ୍ଦେଶକ ଆଜି ଏହି ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମଟି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ, ଭୋଜପୁରୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଏବଂ ବଙ୍ଗାଳୀ ସହିତ ୧୧ ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବ।

Share