‘ଦ କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି । ଆଉ ଏହି ବିବାଦ ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ବିବେକ ଏକ ସାକ୍ଷାତକାରରେ କହିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ର ପରବର୍ତ୍ତି ଭାଗ ‘ ଦ କଶ୍ମୀର ଫାଇଲ୍ସ-ଅନରିପୋର୍ଟେଡ’ ବି ସେ ନିର୍ମାଣ କରିବେ । ସୂଚନାଯୋଗ୍ୟ, ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଣ୍ଟରେ ଜୁରୀରେ ସାମିଲ ହୋଇଥିବା ଇସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡ ‘ ଦ କଶ୍ମୀର ଫାଇଲ୍ସ’କୁ ଭଲଗାର ଓ ପ୍ରୋପାଗଣ୍ଡା ଫିଲ୍ମ୍ମ ବୋଲି କହି ବିବାଦ ଉଠାଇଥିଲେ । ଏହାପରେ ପୁଣିଥରେ ଏହି ମୁଭିକୁ ନେଇ ଦୁଇ ଦଳ ସାମ୍ନାକୁ ଆସିଛନ୍ତି ।
ଦଳେ ଇସ୍ରାଏଲ ଫିଲ୍ମ ନିର୍ମାତାଙ୍କୁ ସପୋର୍ଟ କରୁଥିବା ବେଳେ ଏପଟେ ସେଲିବ୍ରିଟିମାନେ ଏହାକୁ ନେଇ ନିଜ ନିଜର ମତ ରଖୁଛନ୍ତି । ଏମିତିକି ଫିଲ୍ମର ବରିଷ୍ଠ କଳାକାର ଅନୁପମ ଖେର କହିଥିଲେ, ହେ ଭଗବାନ ଏମାଙ୍କୁ ସଦବୁଦ୍ଧି ଦିଅ । ଆଉ ଏହାରି ଭିତରେ ପୁଣିଥରେ ‘ ଦ କଶ୍ମୀର ଫାଇଲ୍ସ-ଅନରିପୋର୍ଟେଡ’ ନିର୍ମାଣ କରିବାକୁ କହି ବିବେକ ନିଜ ଆଡକୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଯଦିଓ ସେ ଏହି ଫିଲ୍ମକୁ ନେଇ ଅଧିକ କିଛି କଥା ଶେୟାର କି ନାହାନ୍ତି ତଥାପି ଏହା ପୁଣି ଚର୍ଚ୍ଚାକୁ ଆସିଯାଇଛି ।

 

Share