ସିଜେଆଇଙ୍କୁ ଅପିଲ କଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘କଶ୍ମୀର ଫାଇଲସ୍‌’ ଧମାଲ କରିଥିଲା। ବିବାଦକୁ ନେଇ ଏହି ମୁଭି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମରେ କଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣା ଦେଖାଯାଇଛି। ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ‘କାଶ୍ମୀର ଫାଇଲସ୍‌: ଅନରିପୋର୍ଟେଡ’ ନିର୍ମାଣ କରିଛନ୍ତି, ଯାହା ଅଗଷ୍ଟ ୧୧ରେ ଜି୫ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ କଶ୍ମୀର ପଣ୍ଡିତମାନଙ୍କ ଉପରେ ନିର୍ମିତ ମୁଭି ଏବଂ ଆତଙ୍କବାଦକୁ ଗ୍ଲୋରିଫାଏ କରୁଥିବା ଫିଲ୍ମ ଉପରେ ବିବେକ ନିଜର ମତ ଦେଇଛନ୍ତି।

ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ ସାକ୍ଷାତକାର ସମୟରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ଦର୍ଶକେ ମୁଭିରେ ଯାହା ଦେଖନ୍ତି, ସେମାନେ ଏହାକୁ ସତ୍ୟ ବୋଲି ଭାବନ୍ତି। କିଛି ଲୋକ ଆତଙ୍କବାଦୀଙ୍କ ପ୍ରତି ମଧ୍ୟ ସହାନୁଭୂତି ଦେଖାଉଛନ୍ତି। ଏହାର କାରଣ ହେଉଛି ଏହିପରି କିଛି ପରିସ୍ଥିତି ମୁଭିରେ ପ୍ରଦର୍ଶିତ ହୋଇଛି। ଉଦାହରଣ ସ୍ବରୂପ, ମୁଭିରେ ଏହା ଦର୍ଶାଯାଇଛି ଯେ ସାଧାରଣ ଲୋକ ଅତ୍ୟାଚାରିତ ହୋଇଥିଲେ ଯେଉଁଥିପାଇଁ ସେ ଅସ୍ତ୍ର ଉଠାଇଥିଲେ। ବିବେକ କହିଛନ୍ତି ଯେ ଏହା ଘଟୁଥିବାରୁ ସେ ଏହାକୁ ମଧ୍ୟ ଅସ୍ବୀକାର କରନ୍ତି ନାହିଁ।
‘କଶ୍ମୀର ଫାଇଲ୍ସ: ଅନରିପୋଟେଡ’ ବିଷୟରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ‘ଆମେ ଅନେକ ଭିଡିଓ ସଂଗ୍ରହ କରିଛୁ ଯାହା ଦଳିତଙ୍କ ପରିବାରର ସାକ୍ଷ୍ୟ ଅଟେ। ଆମର ଉନ୍ମୋଚନ ଇଭେଣ୍ଟ ସହିତ, ଆଦେଶ ଆସିଲା ଯେ ବର୍ତ୍ତମାନ ଏହି ମାମଲାଗୁଡ଼ିକ ପୁନଃ ଖୋଲାଯିବା ଉଚିତ। ଏହି ସମୟରେ ନୀଳକଣ୍ଠ ଗଞ୍ଜୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଏହା ହେଉଛି ନ୍ୟାୟ।
ଏହି ସମୟରେ ବିବେକ ଅଗ୍ନିହୋତ୍ରୀ ନୀଳକଣ୍ଠ ଗଞ୍ଜୁ ମାମଲାର ରିଓପନ ବିଷୟରେ କହିଥିଲେ। ହାତ ଯୋଡି ସେ କଶ୍ମୀରରେ ଯେଉଁ ହିନ୍ଦୁମାନଙ୍କର ଜେନୋସାଇଡ ହୋଇଛି ସେହି ମାମଲା ରିଓପନ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ନିବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ମନା କରିଦେଇଥିଲେ। ବିବେକ ଆହୁରି କହିଛନ୍ତି, ‘ବର୍ତ୍ତମାନ ମୁଁ ମୋର ସିରିଜ ଦେଖିବା ପାଇଁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରୁଛି, ଏହା ପ୍ରମାଣ ଦେବ। ସେ କହିଥିଲେ ଯେ ଯାହା ହେଉ, ବର୍ତ୍ତମାନ ସେ ମଧ୍ୟ ଅବସର ନେବାକୁ ଯାଉଛନ୍ତି, ତେଣୁ ଏହି ସମୟରେ କିଛି ଧର୍ମର କାର୍ଯ୍ୟ କରି ଯାଆନ୍ତୁ।

Share