ଆପାର୍ଟମେଣ୍ଟ କିଣିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ,ଦାମ ରହିଛି…

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀ ମୁମ୍ବାଇର ଭର୍ସୋଭାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାର ମୂଲ୍ୟ ପାଖାପାଖି ୧୭.୯୨ କୋଟି ହେବ । ରିପୋର୍ଟ ଅନୁଯାୟୀ, ପାର୍ଥେନନ ନାମକ ଏକ ବିଲ୍ଡିଂରେ ପଲ୍ଲବୀ ଏବଂ ବିବେକଙ୍କ ଆଉ ନୂତନ ଆପାର୍ଟମେଣ୍ଟ ୩୦ ମହଲାରେ ଅଛି। ଯାହା ୩,୨୫୮ ବର୍ଗଫୁଟ। ନିକଟରେ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କାଶ୍ମୀର ଫାଇଲ’ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ। ଫିଲ୍ମଟି ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏଥିରେ କାଶ୍ମୀର ଉପତ୍ୟକାରୁ କାଶ୍ମୀର ପଣ୍ଡିତଙ୍କ କାହାଣୀ ଚିତ୍ରିତ ହୋଇଛି। ବିବେକଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲାବୀ ଯୋଶୀ ଏବଂ ଚିନ୍ମୟ ମାଣ୍ଡଲେକର ପ୍ରମୁଖ ଅଭିନୟ କରିଛନ୍ତି।

Share