ସୂର୍ଯ୍ୟବଂଶୀ, ସ୍ପାଇଡରମ୍ୟାନକୁ ପଛରେ ପକାଇ ୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ବି ତା’ର ଦବଦବା ବଜାୟ ରଖିଛି । ଫିଲ୍ମ ପ୍ରତିଦିନ ଯେଉଁ ବ୍ୟବସାୟ କରୁଛି ସେଥିରେ ପୁରୁଣା ରେକର୍ଡକୁ ଭାଙ୍ଗି ଚାଲିଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କିଛି ପୁରୁଣା ଫିଲ୍ମର ରେକର୍ଡକୁ ଭାଙ୍ଗି ଦେଇଛି । ଏବେ ପର୍ଯ୍ୟନ୍ତ ‘ଦ କଶ୍ମୀର ଫାଇଲ୍ସ’ ୧୭୯.୮୫ କୋଟି ଟଙ୍କା ବ୍ୟବସାୟ କଲାଣି । ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତି, ଦର୍ଶନ କୁମାର, ପୁନିତ ଇସ୍‌ସର ଓ ପଲ୍ଲବୀ ଯୋଶୀଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏହାସହ ଫିଲ୍ମକୁ ମାଉଥ ପବ୍ଲିସିଟି ବି ମିଳୁଛି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଲେଖିଛନ୍ତି ପାଣ୍ଡାମିକ ଏରାରେ ହାଇଏଷ୍ଟ ଟ୍ରେଣ୍ଡ କରୁଥିବା ଫିଲ୍ମ ମଧ୍ୟରେ ଦ କଶ୍ମୀର ଫାଇଲ୍ସ ସାମିଲ ହୋଇଛି । ଏହା ସୂର୍ଯ୍ୟବଂଶୀ, ୮୩ ଓ ହଲିଉଡ ମୁଭି ସ୍ପାଇଡରମ୍ୟାନକୁ ବି ପଛରେ ଛାଡି ଦେଇଛି । ତେବେ ବ୍ୟବସାୟକୁ ଦେଖିଲେ ଫିଲ୍ମଟି ଖୁବ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

Share