ପୁଣି ଥରେ ରିଲିଜ ହେବ ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କଶ୍ମୀର ଫାଇଲ୍ସ’

ବମ୍ବେ: ପୁଣି ଥରେ ସିନେମାଘରେ ରିଲିଜ ହେବାକୁ ଯାଉଛି ସୁପରହିଟ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଖୁସିଖବର ପ୍ରଶଂସକଙ୍କୁ ଜଣାଇବା ସହ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ଟୁଇଟରରେ ଏକ ପୋଷ୍ଟ କରି ବିବେକ କହିଛନ୍ତି, ଦର୍ଶକେ ଫିଲ୍ମକୁ ବହୁତ ଭଲପାଇବା ଦେଇଛନ୍ତି। ଅନେକେ ଏହାକୁ ପୁଣିଥରେ ଦେଖିବା ଲାଗି ଇଚ୍ଛା ପ୍ରକାଶ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୧୯ ରେ ଏହା ପରଦାକୁ ଆସିବ। ଯେଉଁ ଦର୍ଶକ ଏହାକୁ ଥିଏଟରରେ ଦେଖିପାରିନାହାନ୍ତି ସେମାନେ ଟିକେଟ ବୁକ୍‌ କରି ଏହାକୁ ଉପଭୋଗ କରିପାରିବେ।

‘ଦ କଶ୍ମୀର ଫାଇଲ୍ସ’ରେ କଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ତାର ନରସଂହାରର କାହାଣୀ ବର୍ଣ୍ଣନା କରାଯାଇଛି। ଫିଲ୍ମରେ ବିଭିନ୍ନ ଭୂମିକାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଜୋଶୀଙ୍କ ଭଳି କଳାକାର ଅଛନ୍ତି। ୨୦୨୨ରେ ଏହା ପ୍ରଥମ ଫିଲ୍ମ ଭାବେ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାର ବର୍ଷେ ନ ପୁରୁଣୁ ଆଉ ଥରେ ଏହା ରିଲିଜ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ବଲିଉଡ୍‌ ସିନେମାରେ ଏଭଳି ଘଟଣା ଘଟୁଥିବାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

Share