ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ

ବମ୍ବେ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ। ଗତ କିଛି ଦିନ ଧରି ସେ ଲଗାତାର ଭାବେ ଚଳଚ୍ଚିତ୍ର ‘ପଠାନ’ର ନିର୍ମାତାଙ୍କୁ ଟାର୍ଗେଟ କରି ଆସୁଥିଲେ। ତାଙ୍କର ବୟାନବାଜିକୁ ନେଇ କିଛି ତାଙ୍କର ସମାଲୋଚନା ମଧ୍ୟ କରୁଥିଲେ। ଏବେ କିନ୍ତୁ ଟ୍ରୋଲରମାନେ ତାଙ୍କ ଝିଅଙ୍କ ଫଟୋ ଶେୟାର କରିବାକୁ ପଛାଇ ନାହାନ୍ତି। ଦୀପିକାଙ୍କୁ ଦେଖିବା ଛାଡ଼, ଝିଅ ମଧ୍ୟ ଗେରୁଆ ବିକିନି ପିନ୍ଧିଥିବା ସେମାନେ କହୁଛନ୍ତି। ଏଥିସହ ବିବେକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ସୋସିଆଲ ଆକାଉଣ୍ଟରେ ବିବେକ ସେଭଳି କିଛି ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି, ଯେଉଁଥିରୁ ତାଙ୍କୁ ଲୋକେ ଧମକ ଦେଉଥିବା ସ୍ପଷ୍ଟ ହୋଇଛି।

କହିରଖୁଛୁ, ‘ପଠାନ’ ଚଳଚ୍ଚିତ୍ର ଦ୍ୱାରା ନିର୍ମାତାମାନେ ଭାରତୀୟ ସମାଜକୁ କଳୁଷିତ କରିବାକୁ ଚେଷ୍ଟା କରୁଛନ୍ତି ଏପରିକି ଏହାଦ୍ୱାରା ଅଶ୍ଳିଳତା ବ୍ୟାପୁଛି ବୋଲି ବିବେକ କହି ଆସୁଛନ୍ତି। ହେଲେ ସମାଲୋଚକମାନେ ତାଙ୍କୁ ନିଜକୁ ଦେଖିବାକୁ କହିଛନ୍ତି। ଦିନଥିଲା ସେ ‘ହେଟ୍‌ଷ୍ଟୋରୀ’ ଭଳି ଫିଲ୍ମ ନିର୍ମାଣ କରୁଥିଲେ। ଏହାଦ୍ୱାରା ସମାଜର କି କଲ୍ୟାଣ ହେଉଥିଲା ବୋଲି ସେମାନେ ପଚାରୁଛନ୍ତି।

Share