ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବେଳେ ବେଳେ ସେ ଏମିତି କିଛି କାମ କରି ଦିଅନ୍ତି ଯାହାକୁ ନେଇ ସେ ଚର୍ଚ୍ଚାକୁ ଚାଲି ଆସନ୍ତି। ଏବେ ପୁଣିଥରେ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଓ୍ବାର୍ଡ ଫଙ୍କସନକୁ ଟାର୍ଗେଟ କରିଛନ୍ତି ବିବେକ। ଏହାସହ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩କୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବିବେକ ଅଗ୍ନିହୋତ୍ରୀ ତାଙ୍କ ଅଫିସିୟାଲ ଟୁଇଟର ଆକାଉଣ୍ଟରେ ବେଷ୍ଟ ଡାଇରେକ୍ଟରକଙ୍କ ପାଇଁ ଫିଲ୍ମ ଫେୟାର ଆଓ୍ବାର୍ଡ ନୋମିନେଶନର ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ଦ କଶ୍ମିର ଫାଇଲ୍ସ, ଗଙ୍ଗୁବାଇ କାଠିୟାଓ୍ବାଡି, ବହ୍ମାସ୍ତ୍ର, ଭୁଲ ଭୁଲେୟା୨, ବଧାଇ ହୋ ୨ ଓ ଉଂଚାଇ ସମ୍ମିଳିତ ହୋଇଛି। ଏହାସହ ବିବେକ ଏକ ଲମ୍ବା ପୋଷ୍ଟ ଲେଖି ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ଆଓ୍ବାର୍ଡ ଫଙ୍କସନକୁ ଟାର୍ଗେଟ କରିଛନ୍ତି। ବିବେକ ଲେଖିଛନ୍ତି, ମୁଁ ମିଡିଆରୁ ଜାଣିବାକୁ ପାଇଲି ଦ କଶ୍ମିର ଫାଇଲ୍ସକୁ ୬୮ ତମ ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଁ ୭ଟି କାଟାଗୋରିରେ ନମିନେଟ କରାଯାଇଛି। ହେଲେ ମୁଁ ବିନମ୍ରତାପୂର୍ବକ ଏହି ଅନୈତିକ ଏବଂ ସିନେମା ବିରୋଧି ପୁରସ୍କାରର ଅଂଶ ହେବାକୁ ମନା କରୁଛି।