ଆପତ୍ତିଜନକ ଟୁଇଟ୍‌ ମାମଲା: କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ନିର୍ମାତା

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍‌ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅପରାଧିକ ଅବମାନନା ମାମଲାରେ ନିର୍ଦ୍ଦେଷରେ ଖଲାସ କରିଥିବା ଜଣାପଡିଛି।

୨୦୧୮ ମାମଲାରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରୁଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଗତ ମାସରେ କୋର୍ଟ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ମାମଲାର ଶୁଣାଣି ପରେ ବିବେକ ଅଗ୍ନିହୋତ୍ରୀଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୮ରେ ବିବେକ ଅଗ୍ନିହୋତ୍ରୀ ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍‌ ମୁରଲିଧରଙ୍କ ବିଷୟରେ ଏକ ଆପତ୍ତିଜନକ ଟୁଇଟ୍‌ କରିଥିଲେ।

Share