ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଭୂମିକାରେ ନଜର ଆସିବେ ବିବେକ

ମୁମ୍ବାଇ: ଟେଲି କଳାକାର ବିବେକ ଆନନ୍ଦ ମିଶ୍ରା, ଯେକି ଶେଷ ଥର ପାଇଁ ରାଧା କୃଷ୍ଣରେ ନଜର ଆସିଥିଲେ ଆଗାମୀ ଫିଲ୍ମ ଅନ୍ତର୍ଯ୍ୟାତ୍ରୀ ମହାପୁରୁଷ: ଦ ୱାର୍କିଂ ଗଡରେ ଭିକ୍ଷୁ ଆଚାର୍ଯ୍ୟ ବିଦ୍ୟାସାଗର ମୁଖ୍ୟ ଭୁମିକାରେ ନଜର ଆସିବାକୁ ନେଇ ଉତ୍ସାହିତ ଅଛନ୍ତି ।
ସେ କହିଛନ୍ତି ଆଗାମୀ ବଲିଉଡ ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ମୋତେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜଙ୍କ ଭୁମିକାରେ ଅଭିନୟ କରିବାର ଅବସର ମିଳିଥିବାରୁ ମୁଁ ବେଶ ଖୁସି ଅଛି । ଫିଲ୍ମଟି ତାଙ୍କ ଜୀବନୀର କାହାଣୀ ଉପରେ ଆଲୋକପାତ କରିଛି । ତାଙ୍କ ସମର୍ପଣ ଓ ସଂଘର୍ଷର କାହାଣୀ । ଏତେ ବଡ ଚରିତ୍ରରେ ଅଭିନୟ କରିବା ପରେ ମୋତେ ଅନେକ କିଛି ଶିଖିବାର ଅବସର ମିଳିଛି ବୋଲି ବିବେକ କହିଛନ୍ତି । ତାଙ୍କ ଜୀବନ ପ୍ରେରଣାଦାୟୀ ।
ବିବେକ ଆଗାମୀ ଫିଲ୍ମ ସିକ୍ରେଟ ଅଫ ଲଭରେ ନଜର ଆସିବେ । ଏଥିରେ ରବି କିଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବିବେକ କହିଛନ୍ତି ଜଣେ କଳାକାର ଭାବେ ମୁଁ ସବୁବେଳେ ଚ୍ୟାଲେଞ୍ଜ ଭରା ଓ ଆଶାଜନକ ଚରିତ୍ରରେ ଅଭିନୟ କରିବାକୁ ତତ୍ପର ଥାଏ । ଅଭିନୟ ତାଙ୍କର ସୌକ ହୋଇଥିବା ବେଳେ ସେ ଏବେବି ଥିଏଟରରେ ଅଭିନୟ କରନ୍ତି ବୋଲି କୁହନ୍ତି ।

Share