୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି।
ପୋଲିସ ଶୁକ୍ରବାର ସୂଚନା ଦେଇଛି କି ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ୩ ଜଣ ବ୍ୟକ୍ତି ୧.୫୫ କୋଟି ଟଙ୍କା ଠକିଛନ୍ତି। ଏମାନେ ବିବେକଙ୍କୁ ଇଭେଣ୍ଟ ଓ ଫିଲ୍ମ ନିର୍ମାଣ ଫାର୍ମରେ ଭଲ ରିଟର୍ନର କଥା ଦେଇ ନିବେଶ କରିବାକୁ କହିଥିଲେ। ହେଲେ ଏମାନେ ଉକ୍ତ ଅର୍ଥକୁ ନିଜ କାମରେ ଲଗାଇଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ବୁଧବାର ଅଭିନେତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନ୍ଧେରି ପୂର୍ବର ଏମଆଇଡିସି ପୋଲିସ ଷ୍ଟେଶନରେ ୩ ଜଣଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା ସମେତ ତିନିଜଣ ଅଭିଯୁକ୍ତ ଅଭିନେତାଙ୍କର ବ୍ୟବସାୟିକ ଅଂଶୀଦାର ଥିଲେ ଏବଂ ତାଙ୍କୁ ଏକ ଇଭେଣ୍ଟ ଏବଂ ଚଳଚ୍ଚିତ୍ର ପ୍ରଡକ୍ସନ ଫାର୍ମରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ।
ପୋଲିସ କହିଛି ଯେ ଅଭିନେତା ଏହି ପ୍ରକଳ୍ପରେ ୧.୫୫ କୋଟି ଟଙ୍କା ବିନିଯୋଗ କରିଛନ୍ତି କିନ୍ତୁ ଅଭିଯୁକ୍ତମାନେ ବିନିଯୋଗ ହୋଇଥିବା ଟଙ୍କାକୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି। ଅଭିନେତାଙ୍କ ପତ୍ନୀ ମଧ୍ୟ ଫାର୍ମରେ ଅଂଶୀଦାର ଥିଲେ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

Share