ଟ୍ରମ୍ପଙ୍କ ସହିତ ଆଗାମୀ ଉପରାଷ୍ଟ୍ରପତି ହେବାକୁ ବିବେକ ରାମସ୍ବାମୀ ଆଶାବାଦୀ…

ଓ୍ବାଶିଂଟନ,୨୬।୮ : ଭାରତୀୟ ମୂଳ ବିବେକ ରାମସ୍ବାମୀ ମଧ୍ୟ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରୁଛନ୍ତି। ବିଶେଷ କଥା ହେଉଛି ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ବିବେକ ସୂଚାଇ ଦେଇଛନ୍ତି ସେ ଆସନ୍ତା ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଡେପୁଟି ଭାବରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି।

ଯଦିଓ ଏହା ପୂର୍ବରୁ ବିବେକ ରାଷ୍ଟ୍ରପତି ପଦ ବ୍ୟତୀତ ଅନ୍ୟ କୌଣସି ପଦବୀ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଯଦିଓ ବର୍ତ୍ତମାନ ସେ ଏହା ପାଇଁ ପ୍ରସ୍ତୁତ ବୋଲି ସୂଚିତ କରିଛନ୍ତି।

ବାସ୍ତବରେ, ଏକ ସାକ୍ଷାତକାର ସମୟରେ ବିବେକ ରାମସ୍ବାମୀ କହିଛନ୍ତି ସେ କେବଳ ରାଷ୍ଟ୍ରପତି ଭାବରେ ଦେଶକୁ ଏକ କରି ପାରିବେ। ତେବେ ଟ୍ରମ୍ପଙ୍କ ସହଯୋଗୀ ଭାବରେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଏଡ଼ାଇ ଯାଇ ନାହାନ୍ତି।

ବାସ୍ତବରେ, ଯେତେବେଳେ ତାଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ, ଏହା ମୋ ବିଷୟରେ ନୁହେଁ, ଯଦି ଏହା ମୋ ବିଷୟରେ, ତେବେ ମୋ ବୟସର ବ୍ୟକ୍ତିଙ୍କ ପାଇଁ ଏହି ପଦବୀ ମଧ୍ୟ ବହୁତ ଭଲ ହେବ। ଏହା ଆମ ଦେଶକୁ ପୁନର୍ଜୀବିତ କରିବା ବିଷୟରେ ଏବଂ ଯେତେବେଳେ ମୁଁ ଜଣେ ଶୀର୍ଷ ନେତା ଭାବରେ ହ୍ବାଇଟ ହାଉସରୁ ଏହା କରିବାର ସୁଯୋଗ ପାଇବି ସେତେବେଳେ ମୁଁ ଏହା କରିପାରିବି ।

Share