ମୋଦିଙ୍କୁ ପ୍ରଶଂସା କଲେ ବିବେକ ରାମାସ୍ବାମୀ

ଓ୍ବାଶିଂଟନ,୨୭।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରୁଥିବା ଭାରତୀୟ ମୂଳବାସିନ୍ଦା ବିବେକ ରାମାସ୍ବାମୀ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ ସମ୍ପର୍କ ଚାଇନା ଉପରେ ଆମେରିକାର ନିର୍ଭରଶୀଳତାକୁ ଦୂର କରିପାରିବ। ସେ ମଧ୍ୟ ଭାରତ ସହିତ ଆମେରିକାର ରଣନୀତିକ ସମ୍ପର୍କକୁ ମଜବୁତ କରିବାର ସମର୍ଥକ ଅଟନ୍ତି। ବିବେକ ରାମାସ୍ବାମୀ ବର୍ତ୍ତମାନ ନିର୍ବାଚନ ପ୍ରଚାର ପାଇଁ ଆଇୱା ରାଜ୍ୟ ଗସ୍ତରେ ଅଛନ୍ତି। ଆଇଓ୍ବାରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ଦୃଢ ସମ୍ପର୍କ ଆମେରିକାର ଚାଇନା ଉପରେ ନିର୍ଭରଶୀଳତାକୁ ଦୂର କରିପାରିବ। ଆମେରିକା ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ଚାଇନା ଉପରେ ନିର୍ଭରଶୀଳ, କିନ୍ତୁ ଭାରତ ସହ ସମ୍ପର୍କକୁ ମଜବୁତ କରି ଆମେରିକା ଚାଇନା ଉପରେ ନିର୍ଭରଶୀଳତାରୁ ସ୍ବାଧିନତା ପାଇପାରିବ।

Share