ରାଷ୍ଟ୍ରପତି ହେଲେ ବନ୍ଦ ହେବ ଏଫବିଆଇ, ୭୫ ପ୍ରତିଶତ ଫେଡେରାଲ କର୍ମଚାରୀ ଦେଖିବେ ବାହାରର ରାସ୍ତା, ବିବେକ ରାମସ୍ବାମୀଙ୍କ ଦାବି

ଓ୍ବାଶିଂଟନ,୧୪।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ଦାବି କରୁଥିବା ଭାରତୀୟ ମୂଳ ଆମେରିକୀୟ ବିବେକ ରାମସ୍ବାମୀ ଏକ ଚକିତ କରିବା ଭଳି କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ସେ ୨୦୨୪ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ୭୫ପ୍ରତିଶତରୁ ଅଧିକ ଫେଡେରାଲ ୱାର୍କଫୋର୍ସ ବା ସଂଘୀୟ କର୍ମଚାରୀଙ୍କୁ ବରଖାସ୍ତ କରିବେ ଏବଂ ଏଫବିଆଇ ପରି ଅନେକ ପ୍ରମୁଖ ଏଜେନ୍ସି ବନ୍ଦ କରିବେ।

ଆମେରିକାର ନ୍ୟୁଜ ୱେବସାଇଟ ଆକ୍ସିଓସକୁ ଦେଇଥିବା ଏକ ସାକ୍ଷାତକାରରେ ରାମସ୍ବାମୀ କହିଛନ୍ତି ଯେ ଶିକ୍ଷା ବିଭାଗ, ଏଫବିଆଇ, ମଦ୍ୟପାନ, ତମାଖୁ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ, ଆଣବିକ ନିୟାମକ ଆୟୋଗ, (ଆଭ୍ୟନ୍ତରୀଣ ରାଜସ୍ବ ସେବା) ଆଇଆରଏସ ଏବଂ ବାଣିଜ୍ୟ ବିଭାଗ ହେବ।
ସେ କହିଛନ୍ତି ଯେ ଆମେ ପ୍ରଥମ ଦିନରୁ ଆରମ୍ଭ କରିବୁ ଏବଂ ପ୍ରଥମ ବର୍ଷ ଶେଷ ସୁଦ୍ଧା ଆମେ ୫୦ପ୍ରତିଶତ ହ୍ରାସ କରିବାକୁ ଚାହୁଁଛୁ। ରାମସ୍ବାମୀ (୩୮) କହିଛନ୍ତି ଯେ, ମନେରଖନ୍ତୁ ଯେ ଏହି କର୍ମଚାରୀଙ୍କ ମଧ୍ୟରୁ ୩୦ପ୍ରତିଶତ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଅବସର ନେବାକୁ ଯୋଗ୍ୟ ଅଟନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଏହା ଯେତିକି ପାଗଳାମି ନୁହେଁ ଯେତିକି ଅନୁଭବ ହେଉଛି।

Share