ସମାଲୋଚିତ ହେଲେ ରାମସ୍ବାମୀ

ଓ୍ବାଶିଂଟନ,୨୮ା୯: ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଏକ ପ୍ରାଇମେରିରେ ୟୁକ୍ରେନ୍‌ ସମ୍ପର୍କିତ ମନ୍ତବ୍ୟ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି। ସେ କ୍ଷମତାକୁ ଆସିଲେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନ୍‌କୁ ସହାୟତା ବନ୍ଦ ଚାହୁଁଥିବା ବେଳେ ରାମସ୍ବାମୀ ତାଙ୍କ ରାସ୍ତାରେ ଯାଉଥିବା ପ୍ରତିଦ୍ୱନ୍ଦ୍ୱୀ ଆଶାୟୀ ପ୍ରାର୍ଥୀ କହିଛନ୍ତି।

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଜଣେ ଦୁଷ୍ଟ ଏକଚ୍ଛତ୍ରବାଦୀ ଅର୍ଥ ନୁହେଁ ଯେ ୟୁକ୍ରେନ୍‌ ଭଲ। ଏହି ଦେଶ ୧୧ଟି ବିରୋଧୀ ଦଳକୁ ବେଆଇନ ଘୋଷଣା କରିଛି ବୋଲି ବୁଧବାର କାଲିଫର୍ନିଆର ସିମି ଭ୍ୟାଲିସ୍ଥିତ ରେଗାନ ଲାଇବ୍ରେରିରେ ଅନୁଷ୍ଠିତ ଦ୍ୱିତୀୟ ରିପବ୍ଲିକାନ୍‌ ରାଷ୍ଟ୍ରପତୀୟ ପ୍ରାଇମେରିରେ ଉଦ୍‌ବୋଧନ ଦେଇ ରାମସ୍ବାମୀ କହିଥିଲେ। ଏହାକୁ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ, ନ୍ୟୁଜର୍ସିର ପୂର୍ବତନ ଗଭର୍ନର କ୍ରିସ୍‌ କ୍ରିଷ୍ଟି ଏବଂ ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ସମାଲୋଚନା କରିଛନ୍ତି।

Share