ଐଶ୍ୱର୍ଯ୍ୟାଙ୍କ ପାଇଁ ଦବଙ୍ଗ ଖାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ ସମୟରେ ଏହି ପ୍ରସଙ୍ଗ ଉଠେ। ଐଶ୍‌ଙ୍କ ସହ ପ୍ରେମ ପାଇଁ ବିବେକଙ୍କ ଅଭିନୟ ଜୀବନ ଶେଷ ହୋଇଯାଇଥିଲା। ତାଙ୍କୁ ଫିଲ୍ମରେ ନେବାକୁ ସବୁ ନିର୍ମାତା ଅରାଜି ହୋଇଥିଲେ।

ନିଜର ଡେବ୍ୟୁ ଫିଲ୍ମ ପରେ ସମସ୍ତଙ୍କ ପସନ୍ଦର ଅଭିନେତା ପାଲଟିଥିଲେ ବିବେକ। ତାଙ୍କ ଅଭିନୟକୁ ଦେଖି ସେ ସୁପରଷ୍ଟାର ହେବାର ଯୋଗ୍ୟତା ରଖିଛନ୍ତି ବୋଲି ଅନେକେ ଭାବୁଥିଲେ। ହେଲେ ଐଶ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିବା ସଲମାନ ବିବେକଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଏହା ଶୁଣି ବିବେକ ଖୋଲା ଦବଙ୍ଗ ଖାନ୍‌ଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଅଡ଼ୁଆରେ ପକାଇଥିଲା। ଧିରେ ଧିରେ ସିନେଜଗତରେ ତାଙ୍କ କ୍ୟାରିୟର ଶେଷ ହୋଇଥିଲା। ବଡ଼ ବଡ଼ ପ୍ରଯୋଜକ ତାଙ୍କୁ କାମ ଦେବା ବନ୍ଦ କରିଦେଇଥିଲେ। କାରଣ ସେମାନେ ସଲମାନଙ୍କ ସହ ଶତ୍ରୁତା କରିବାକୁ ଚାହୁଁ ନ ଥିଲେ। ନିଜେ ବିବେକ ଏ ବିଷୟରେ ଏକାଧିକ ଥର କହିଛନ୍ତି। ସଲମାନଙ୍କ ସହ ପଙ୍ଗା ପରେ ତାଙ୍କ ଅଭିନୟ ଜୀବନ ଶେଷ ହୋଇଥିବା ଏବଂ ଏହାକୁ ସେ ସ୍ବପ୍ନରେ ଭାବି ନ ଥିବା କୁହନ୍ତି।

 

Share