ଅମରାବତୀ,୧୬।୪: ପୂର୍ବତନ ଏମ୍ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ସିବିଆଇର ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ (ଏସଆଇଟି) ଭାସ୍କର ରେଡ୍ଡୀଙ୍କୁଙ୍କୁ ଜିଲାର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ଘରୁ ଗିରଫ କରିଛି। ତାଙ୍କୁ ଗିରଫ କରି ହାଇଦ୍ରାବାଦ ଅଣାଯାଇଛି। ଆଜି ସାରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।