ସାତ ବର୍ଷ ପରେ ଅଲଗା

ମୁମ୍ବାଇ: ଅଲଗା ହୋଇଛନ୍ତି ଟେଲିଭିଜନ ଦୁନିଆର ଲୋକପ୍ରିୟ ଯୋଡି ଭିଭିଆନ୍‌ ଡିସେନା-ବାହ୍‌ବିଜ୍‌। ଛାଡପତ୍ର ପରେ ଭାଙ୍ଗଛି ସାତ ବର୍ଷର ସମ୍ପର୍କ। ଏନେଇ ଦୁହେଁ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି।

ସାତ ବର୍ଷ ପୂର୍ବେ ଉଭୟେ ବିବାହ କରିଥିଲେ। ତେବେ ବିବାହର ତିନି ବର୍ଷ ପରେ ହିଁ ଭିଭିଆନ୍‌ ଓ ବାହବିଜ୍‌ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ଦୁହେଁ ଏକାଠି ରହୁ ନ ଥିଲେ। ଏହାପରେ ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ନିକଟରେ ତାଙ୍କୁ ଛାଡପତ୍ର ମିଳିଛି। ଉଭୟ ଅଫିସିଆଲ୍‌ ଏବେ ଅଲଗା ହୋଇଯାଇଛନ୍ତି।

ଭିଭିଆନ୍‌ ଓ ବାହବିଜ୍‌ଙ୍କ ‘ପ୍ୟାର୍‌ କି ଏକ କାହାନୀ’ ସେଟ୍‌ରେ ଦେଖାସାକ୍ଷାତ ହୋଇଥିଲା। ଏଠାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ୨୦୧୩ରେ ଉଭୟ ଧୁମ୍‌ଧାମ୍‌ରେ ବିବାହ କରିଥିଲେ।

Share