ଚେନ୍ନାଇ, ୧୮।୨ : ଟାଇଟଲ ସ୍ପନସର ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)କୁ ଫେରିଛି ମୋବାଇଲ ପ୍ରସ୍ତୁତିକାରୀ ଚାଇନିଜ କମ୍ପାନୀ ଭିଭୋ। ଏ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଗୁରୁବାର ସ୍ପଷ୍ଟ କରିଛନ୍ତି। ” ଭିଭୋ ଚଳିତ ବର୍ଷ ସ୍ପନସର ଭାବେ ଆଇପିଏଲକୁ ଫେରିଛି “ ବୋଲି ସେ କହିଛନ୍ତି। ଗତବର୍ଷ ଭିଭୋ ଓହରିଯିବା ପରେ ଡ୍ରିମ୍ ଏଲେଭେନକୁ ଟାଇଟଲ ସ୍ପନସରଶିପ ଦାୟିତ୍ୱ ଦିଆଯାଇଥିଲା।
” ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଉପସ୍ଥିତି। ଦର୍ଶକଙ୍କ ବିନା ଗୋଟେ ବର୍ଷ ଖେଳିବା ପରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ ବେଳେ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିପାରେ “ ବୋଲି ଆଇପିଏଲ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।