ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା ସୋମବାର (ଡିସେମ୍ବର ୨୫) କହିଛି ଯେ ଏହା ଭାରତରେ ଗିରଫ ହୋଇଥିବା ଭିଭୋ କର୍ମଚାରୀଙ୍କୁ କନସୁଲାର ସୁବିଧା ଯୋଗାଇବ। କନସୁଲ ଆକ୍ସେସ କନସୁଲେଟ ଅଧୀନରେ ପଠାଯାଇଥିବା ସହାୟତାକୁ ବୁଝାଏ।
ଚାଇନା କହିଛି ଯେ ଚାଇନା କମ୍ପାନୀଗୁଡିକର ଆଇନଗତ ଅଧିକାର ଏବଂ ସ୍ବାର୍ଥ ରକ୍ଷା ପାଇଁ ଏହା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ଦେଶ ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ସେ କହିଛନ୍ତି ଯେ ଭାରତରେ ଥିବା ଚାଇନା ଦୂତାବାସ ଏବଂ କନସୁଲେଟ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଏବଂ ସହାୟତା ପ୍ରଦାନ କରିବ।
ସେ କହିଛନ୍ତି, ଚାଇନା କମ୍ପାନୀଗୁଡିକର ବୈଧ ଅଧିକାର ଏବଂ ସ୍ବାର୍ଥର ସୁରକ୍ଷାକୁ ସରକାର ସମର୍ଥନ କରନ୍ତି। ଆମେ ଆଶା କରୁଛୁ ଯେ ଦେଶଗୁଡିକ ମଧ୍ୟରେ ବାଣିଜି୍ୟକ ସହଯୋଗକୁ ଭାରତ ବୁଝିବ ଏବଂ ଏକ ନିରପେକ୍ଷ, ସମାନ, ସ୍ବଚ୍ଛ ଏବଂ ଭେଦଭାବପୂର୍ଣ୍ଣ ବ୍ୟବସାୟିକ ପରିବେଶ ପ୍ରଦାନ କରିବ।

Share