ନୂଆଦିଲ୍ଲୀ,୨୮।୯: ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଦେଶବ୍ୟାପୀ ଭିଭୋ ଇଗ୍ନାଇଟ୍ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ଦେଶର ୮ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଏପରିକି ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଏହା ପରିଚାଳିତ ହେବ। ଉକ୍ତ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ଭିଭୋ ପକ୍ଷରୁ ସାଇନ୍ସ ଆଣ୍ଡ୍ ଇନୋଭେଶନ ଆୱାର୍ଡସ୍ର ଆୟୋଜନ କରାଯିବ। ଯାହା ଅଭିନବ ଚିନ୍ତକ ଓ ୧୦ଜଣ ଶୀର୍ଷ ବିଜେତାଙ୍କୁ ୨୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ ପୁରସ୍କାର ସହ ସ୍ବୀକୃତି ପ୍ରଦାନ କରିବ। ଉକ୍ତ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଆଶାୟୀ ଛାତ୍ରୀଛାତ୍ରମାନେ ଏହାର ଓ୍ବେବ୍ସାଇଟ ଜରିଆରେ ପଞ୍ଜୀକରଣ ପାଇଁ ଲଗ୍ଅନ୍ ମଧ୍ୟ କରିପାରିବେ।