Advertisement
Categories: ବାଣିଜ୍ୟ

ଭିଭୋ ଲଞ୍ଚ କଲା ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ୍‌: କଭର୍‌ ଖର୍ଚ୍ଚ ବଞ୍ଚିବ !

ନୂଆଦିଲ୍ଲୀ,୧୭।୮: ଭାରତରେ ବୁଧବାର ମୋବାଇଲ ଫୋନ କମ୍ପାନୀ ଭିଭୋ ନିଜର ‘ଭି୨୫’ ଭ୍ୟାରିଆଣ୍ଟକୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ରେ ୧୨ଜିବି ପର୍ଯ୍ୟନ୍ତ ରାମ୍‌ ସହ ମିଡିଆ ଟେକ୍‌ ଡାଇମେନ୍‌ସିଟି ୧୩୦୦ ପ୍ରୋସେସର ରହିଛି। ଏହା ଦୁଇଟି ରଙ୍ଗ ବିକଳ୍ପରେ ବଜାର ପ୍ରବେଶ କରିଛି। ଫଟୋଗ୍ରାଫି ପାଇଁ ପଛରେ ୬୪ ଏମ୍‌ପି ପ୍ରାଇମେରୀ କ୍ୟାମେରା ରହିଛି। ତେବେ ବିଶେଷକରି ଫୋନ ପଛରେ ରଙ୍ଗ ବଦଳାଉଥିବା ଗ୍ଲାସ ପ୍ୟାନେଲ ଦିଆଯାଇଛି। ଆଲୋକ ପଡ଼ିଲେ ଫୋନର ରଙ୍ଗ ବଦଳିଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟାନ୍ୟ ସୁବିଧା ମଧ୍ୟରେ ୪୮୩୦ ଏମ୍‌ଏଏଚ୍‌ ବ୍ୟାଟେରୀ, ୬୬ଓ୍ବାଟ୍‌ ଫାଷ୍ଟ ଚାର୍ଜିଂ ଆଦି ରହିଛି।

ଭିଭୋ ଭି୨୫ ପ୍ରୋର ବେସ୍‌ ୮ଜିବି+୧୨୮ ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ଏବଂ ଟପ୍‌ ୧୨ ଜିବି+ ୨୫୬ ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୩୯,୯୯୯ ଟଙ୍କା ରହିଛି। ଗ୍ରାହକମାନେ ଏହାକୁ ଭିଭୋ ଅନଲାଇନ୍‌ ଷ୍ଟୋର, ଫ୍ଲିପ୍‌କାର୍ଟ ଏବଂ ଅନ୍ୟାନ୍ୟ ଖୁଚୁରା ମୋବାଇଲ ଷ୍ଟୋରରୁ କିଣିପାରିବେ। ଅଗଷ୍ଟ ୨୫ରୁ ଏହା କଳା ଏବଂ ନୀଳ ରଙ୍ଗର ବିକଳ୍ପରେ ଉପଲବ୍ଧ ହେବ। ଫୋନର ପ୍ରି-ବୁକିଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍‌/ଡେବିଟ୍‌ କାର୍ଡ ଏବଂ ଇଏମ୍‌ଆଇ କାରବାର ଉପରେ ୩୫୦୦ ଟଙ୍କାର ରିହାତି ମିଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share