ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ପରେ ଏ ନେଇ ରାଜ୍ୟ ସରକାରଙ୍କ ପଧରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ସକାଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ପାରାଦୀପ ପଥଦେଇ ଏକ ସ୍ବତନ୍ତ୍ର ବୋଟ୍‌ରେ ବାହାକୁଦ ଫେରିଘାଟଠାରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ଜିଲାପାଳ ସମର୍ଥ ବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Share