Categories: ରାଜ୍ୟ

ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ମିଶ୍ର

ଭୁବନେଶ୍ୱର,୧୫।୧୨: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିକଟରେ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସେ ଏହି କଥା କହିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଏହି ସୂଚନା ଦେଇଥିଲେ। ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭିକେ. ପାଣ୍ଡିଆନ୍ ଲଢିବେ ନାହିଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ତେବେ ଯଦି ସେ ନିର୍ବାଚନରେ ଲଢିବାକୁ ଚାହିଁବେ, ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି। ପାଣ୍ଡିଆନ ରାଜନୀତିରେ ରହି ସେବା କରିବେ, କିନ୍ତୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ସେ ନିର୍ବାଚନ ଲଢ଼ିଲେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ କହିଥିଲେ।

Share