ମହିଳା ଜନ୍ମ କରନ୍ତୁ ୮ଟି ଲେଖାଏଁ ଶିଶୁ: ପୁଟିନ

ମସ୍କୋ,୧।୧୨: ଋଷିଆ-ୟୁକ୍ରେନ ସଂଘର୍ଷକୁ ଦେଢ ବର୍ଷରୁ ଅଧିକ ପୁରିଥିବାବେଳେ ଏଥିରେ ୩ଲକ୍ଷର ଅଧିକ ଲୋକ ନିହତ ହୋଇଛନ୍ତି। ପ୍ରାୟ ୮ରୁ ୯ଲକ୍ଷ ଲୋକ ଦେଶ ଛାଡି ପଳାୟନ କରିଛନ୍ତି। ସେହିପରି ଦେଶରେ ଆର୍ଥିକ ଗିତିବିଧି ମଧ୍ୟ ଭୁଷୁଡି ପଡିଛି। ଯୁବପିଢିଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଦେଶରେ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡୁଛି। କେତେ ଆହତ ହେଇଛନ୍ତି ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ଋଷିଆର ମାନବିକ ଅଧିକାରର ଏହା ସବୁଠୁ ବଡ କ୍ଷତି ବୋଲି କୁହାଯାଉଛି। ଋଷିଆ ଶକ୍ତିଶାଳୀ ସହ ଆଞ୍ଚଳିକ କ୍ଷେତ୍ରରେ ବଡ ଦେଶ ହେଲେ ମଧ୍ୟ ଏଠାରେ ଜନସଂଖ୍ୟାର ଘନତ୍ୱ କମ ରହିଛି। ତେବେ ଯୁଦ୍ଧରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ଯୋଗୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଦେଶର ପ୍ରତି ମହିଳାଙ୍କୁ ୮ଟି ଶିଶୁ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି।

ମସ୍କୋରେ ଓ୍ବାଲର୍‌ଡ ରସିଆନ ପିପୁଲ୍ସ କାଉନସିଲଂକୁ ସମ୍ବୋଧିତ କରିବାକୁ ଯାଇ ପୁଟିନ ଏପରି କଥା କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରତି ମହିଳା ଅତି କମରେ ୮ଟି ଶିଶୁ ଜନ୍ମ କରନ୍ତୁ। ଏହି ଜିନିଷକୁ ଯୌଥ ପରିବାର ସାମନ୍ୟ ନଜରରେ ଦେଖନ୍ତୁ। ପୂର୍ବରୁ ଦେଶରେ ଯୌଥ ପରିବାରକୁ ଗୁରୁତ୍ୱ ଦିଆଯାଉଥିଲା। ଆମ ଜେଜେମାଆ, ଆଇମାନଙ୍କର ବି ୭-୮ ପିଲା ଥିଲେ। ଦେଶରେ ଜନ୍ମ ଅନୁପାତ ୧୯୯୦ରୁ ହ୍ରାସ ପାଇବାରେ ଲାଗିଛି। ଏହାରି ଭିତରେ ଲାଗିଥିବା ଋଷିଆ-ୟୁକ୍ରେନ ଯୁଦ୍ଧରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବାରେ ଲାଗିଛି।

Share