‘ଗୁରୁତର ଅସୁସ୍ଥ ହେବା ପରେ ଜେଲରୁ ନିଖୋଜ ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି: ରିପୋର୍ଟ

ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା’ ପରେ ଛଅ ଦିନ ଧରି ସେ ନିଖୋଜ ଅଛନ୍ତି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପୁଟିନ ତାଙ୍କ ରାଷ୍ଟ୍ରପତି ପୁନଃନିର୍ବାଚନ ପ୍ରଚାର ଆରମ୍ଭ କରୁଛନ୍ତି।

ମସ୍କୋର ପୂର୍ବରେ ଥିବା ଏକ ଜେଲରେ ନାଭାଲନିଙ୍କୁ ରଖାଯାଇଥିଲା ଏବଂ ଭ୍ଲାଦିମିର ପୁଟିନଙ୍କ ସମାଲୋଚନାକୁ ଦମନ କରିବା ପାଇଁ ସେ ମିଥ୍ୟା ଅଭିଯୋଗ ବୋଲି ଦର୍ଶାଇ ତାଙ୍କୁ 30 ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇଛି।

ନାଭାଲନିଙ୍କ ସହଯୋଗୀଙ୍କ କହିବାନୁସାରେ, ଓକିଲମାନେ ଦିନସାରା ଜେଲ୍ ବାହାରେ ରହିଥିଲେ ମଧ୍ୟ ସେ ତାଙ୍କ କୋଠରୀରେ ପଡ଼ିଯିବା ପରେ ତାଙ୍କୁ ଦେଖିବାକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ସେ ତାଙ୍କ ମାମଲା ବିଷୟରେ ନିର୍ଦ୍ଧାରିତ ଆଇନଗତ ଶୁଣାଣିରେ ମଧ୍ୟ ହାଜର ହୋଇନଥିଲେ। ନାଭାଲନିଙ୍କ ପ୍ରେସ ସେକ୍ରେଟାରୀ କିରା ୟାର୍ମିସ କହିଛନ୍ତି ଯେ ଓକିଲମାନଙ୍କୁ ସୂଚନା ଦେଇଥିଲେ ଯେ 47 ବର୍ଷିୟା ନାଭାଲନି ଏବେ ଜେଲରେ ନାହାଁନ୍ତି। ତେବେ ଗତ ସପ୍ତାହରେ ନାଭାଲନି ଜେଲରେ ପଡି ଯାଇଥିଲେ। ଯେଉଁଥିପାଇଁ ତାଙ୍କର ସହଯୋଗୀମାନେ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି।

Share