ଶେଷରେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ଓ୍ବାଶିଂଟନ,୧୫।୧୨: ନଭେମ୍ବର ୩ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜୋ ବାଇଡେନ୍‌। ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି। ଏନେଇ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ବାଇଡେନ୍‌ଙ୍କୁ ଟେଲିଗ୍ରାମ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ଏଭଳି କରିବାରେ ସେ ବିଶ୍ୱର ଶେଷ ରାଜନେତା ପାଲଟିଛନ୍ତି। ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ରୁଷିଆ ଏବଂ ଆମେରିକା ବିଶ୍ୱର ସମସ୍ୟା ସମାଧାନରେ ସହଯୋଗ କରିପାରିବ। ତାଙ୍କ ପକ୍ଷରୁ ସେ ସହଯୋଗ କରିବେ, ବାଇଡେନ୍‌ଙ୍କ ଯୋଗାଯୋଗ ପାଇଁ ପ୍ରସ୍ତୁତ ଅଛୁ ବୋଲି ବୋଲି କହିଛନ୍ତି।

ପୂର୍ବରୁ ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ଭାବେ ସ୍ବୀକ୍ୟତି ଦେବାକୁ ପ୍ରସ୍ତୁତ ନୁହନ୍ତି ବୋଲି ପୁଟିନ୍‌ କହିଥିଲେ। ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ହେଲେ ପ୍ରାର୍ଥିଙ୍କ ବିଜୟକୁ ବିରୋଧୀ ଦଳ ସ୍ବିକାର କରିବ ନଚେତ ଫଳାଫଳ ଆଇନସମ୍ମତ ଉପାୟରେ ସ୍ପଷ୍ଟ ହେବା ପରେ ସେ ଏହାକୁ ଗ୍ରହଣ କରିବେ ବୋଲି କହିଥିଲେ। ତେବେ ଡିସେମ୍ବର ୧୪ରେ ଇଲେକ୍ଟୋରାଲ କଲେଜ ଭୋଟିଂରେ ବାଇଡେନ୍‌ଙ୍କୁ ୩୦୬ ଓ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟର୍ସ ଭୋଟ ମିଳିଛି। ଆସନ୍ତା ଜାନୁଆରୀ ୬ରେ ନିର୍ବାଚନର ଫଳାଫଳ ଆଧିକାରୀକ ଭାବେ ଘୋଷଣା କରାଯିବ।

Share