ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ ଗସ୍ତରେ ଥିବା ଜୟଶଙ୍କର ମସ୍କୋରେ ପହଞ୍ଚିବା ପରେ ମଙ୍ଗଳବାର ଉପପ୍ରଧାନମନ୍ତ୍ରୀ ମନ୍ତୁରଭଙ୍କ ସହିତ ବହୁ ଗୁରୁତ୍ଵପୂର୍ଣ ଆଲୋଚନା କରିଥିଲେ।

ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ତାମିଲନାଡୁରେ ହେବାକୁ ଥିବା ପାୱାର ପ୍ଲାଣ୍ଟର ନିର୍ମାଣ ପାଇଁ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ୟୁକ୍ରେନ ସହିତ ଯୁଦ୍ଧ ପରେ ଋଷର ବିଭିନ୍ନ ରାଷ୍ଟ୍ର ସହିତ ସମ୍ପର୍କ ବିବାଦୀୟ ହୋଇପଡିଥିବା ବେଳେ ଭାରତ-ଋଷ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ୟୁକ୍ରେନ ଅଭିଯାନକୁ ଭାରତ ନିନ୍ଦା କରିନାହିଁ, ଯେତେବେଳେ କି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ କହି ଆସିଛି।

 

Share