ଆଇସୋଲେଶନରେ ପୁଟିନ୍‌

ମସ୍କୋ,୧୪ ।୯: କରୋନା ମହାମାରୀ ବିଶ୍ୱରେ ପ୍ରାୟ ଦେଢ ବର୍ଷ ହେବ ତା’ର କାହା ବିସ୍ତାର କରି ରହିଛି । ଏହା ଯେମିତି ଶେଷ ହେବାର ନାଁ ନେଉନି । ଭ୍ୟାକ୍ସିନେଶନ ପରେ ଏବେବି କିଛି ଦେଶ କରୋନା କବଳରେ ଛଟପଟ ହେଉଛନ୍ତି । ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ପୁଣିଥରେ ସେଲ୍ଫ ଆଇସୋଲେଶନକୁ ଚାଲିଯାଇଛନ୍ତି । ତାଙ୍କ ସମ୍ପର୍କୀୟଙ୍କ ନିକଟରେ କରୋନା ସଂକ୍ରମଣ ଦେଖାଯିବା ପରେ ପୁଟିନ୍ ନିଜକୁ ଆଇସୋଲେଟ କରି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ପୁଟିନ୍ ତଜାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା ଏବେ ଏହାକୁ ବାତିଲ କରି ଦିଆଯାଇଛି ।

Share