ରୁଷିଆ ରାଷ୍ଟ୍ରପତିଙ୍କୁ ଡରାଉଛି ହତ୍ୟାର ଭୟ! ଜି-୨୦ ସମ୍ମିଳନୀରେ ଏଥିପାଇଁ ଯୋଗଦେବେ ନାହିଁ ପୁଟିନ: ବ୍ରିଟିଶ ଗଣମାଧ୍ୟମର ଦାବି

ମସ୍କୋ,୧୧ ।୧୧: ହତ୍ୟାର ଆଶଙ୍କା କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ବ୍ରିଟିଶ ଖବରକାଗଜ ରୁଷିଆ ସୂତ୍ରରୁ ମିଳିଥିବା ସୂଚନାକୁ ନେଇ ଏହି ଦାବି କରିଛି । କ୍ରିମଲିନ ସମର୍ଥକ ଏକ ଟିପ୍ପଣିକାରଙ୍କ ଅନୁଯାୟୀ, ଭ୍ଲାଦିମିର ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବେ ନାହିଁ କାରଣ ତାଙ୍କୁ ହତ୍ୟା କରାଯିବ ବୋଲି ସେ ଭୟ କରୁଛନ୍ତି ।
ୟୁକ୍ରେନର ଖେରସନରୁ ରୁଷିଆ ସେନାଙ୍କୁ ଅପମାନଜନକ ଭାବେ ଫେରାଇ ଆଣିବାକୁ ବାଧ୍ୟ କରାଯିବାର କିଛି ଘଣ୍ଟା ପରେ ସର୍ଗେଇ ମାକୋବ ଲେଖିଛନ୍ତି , ‘ଆମେରିକା, ବ୍ରିଟନ ଓ ୟୁକ୍ରେନର ବିଶେଷ ସେବାରେ ପୁଟିନଙ୍କୁ ହତ୍ୟା କରାଯିବାର ଏକ ବଡ ସମ୍ଭାବନା ରହିଛି । ମୁଁ ବିଶ୍ୱାସ କରୁଛି କି କେତେଜଣ ସମ୍ପୂର୍ଣ୍ଣ ପାଗଳ ପଶ୍ଚିମି ଲୋକ ଏଭଳି ସ୍ଥିତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ଅର୍ଥାତ୍ ୧୦ ନଭେମ୍ବରରେ ଏହି ଖବର ଆସିଥିଲା କି ୟୁକ୍ରେନ୍ ଉପରେ ସମ୍ଭାବିତ ଆକ୍ରମଣରୁ ବଞ୍ଚିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ । ସିଏନଏନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ପ୍ରତିନିଧିତ୍ୱ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ କରିବେ ।

Share