୩୬ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ୍‌

ମସ୍କୋ,୫।୧: ରୁଷିଆ ଓ ୟୁକ୍ରେନ୍‌ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍‌ ୟୁକ୍ରେନ୍‌ ସହ ୩୬ ଘଣ୍ଟା ଆର୍ଥାତ୍‌ ୨ଦିନ ପାଇଁ ଯୁଦ୍ଧ ବିରତି ପାଇଁ ଘୋଷଣା କରିଥିବା ଜଣାପଡ଼ିଛି। ପୁଟିନ୍‌ଙ୍କ ଏହି ନିର୍ଦ୍ଦେଶ ଅର୍ଥୋଡୋକ୍ସ ଖ୍ରୀଷ୍ଟମାସ୍‌କୁ ନଜରରେ ରଖି ଦିଆଯାଇଛି। ରୁଷିଆ ଚର୍ଚ୍ଚର ମୁଖ୍ୟ ତଥା ଆଧ୍ୟାତ୍ମିକ ଗୁୁରୁ ପାଟ୍ରିଆଚ୍‌ କିରିଲ ଅର୍ଥୋଡୋକ୍ସ ଖ୍ରୀଷ୍ଟମାସ୍‌ରେ ରକ୍ତପାତ ନ କରିବାକୁ ପୁଟିନ୍‌ଙ୍କୁ ଅନୁରୋଧ କରିଥିଲେ। ଏହି ୨ଦିନ ରୁଷିଆରେ ଖ୍ରୀଷ୍ଟମାସ୍‌ ପାଳନ କରାଯାଇଥାଏ। ତେବେ ପାଟ୍ରିଆଚ୍‌ କିରିଲଙ୍କ ଅନୁରୋଧକୁ ରକ୍ଷା କରି ପୁଟିନ୍‌ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯୁଦ୍ଧ ବିରତି ଜାନୁଆରୀ ୬ ମଧ୍ୟାହ୍ନ ୧୨ଟାରୁ ଜାନୁଆରୀ ୭ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ବନ୍ଦ ରହିବ ବୋଲି କ୍ରେମଲିନ୍‌ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଅନ୍ୟପଟେ ଏହା ପୁଟିନ୍‌ଙ୍କ ଆଉ ଏକ ଷଡ଼ଯନ୍ତ୍ର ବୋଲି ୟୁକ୍ରେନ୍‌ କହିଛି।

 

Share