ପିଏମ ମୋଦିଙ୍କୁ ମନେ ପକାଇଲେ ପୁଟିନ, ଡୋଭାଲଙ୍କ ହାତରେ ପଠାଇଲେ ବଡ଼ ସନ୍ଦେଶ, ପୂରା ଦୁନିଆରେ ହେଉଛି ଚର୍ଚ୍ଚା

ମସ୍କୋ,୧୩।୯: ସମଗ୍ର ବିଶ୍ୱ ଜାଣିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ। ରୁଷିଆ ସର୍ବଦା ଭାରତକୁ ଜଣେ ଭଲ ବନ୍ଧୁ ବୋଲି କହିଛି। ବର୍ତ୍ତମାନ ବିଶ୍ୱର ସବୁଠାରୁ ଭୟଙ୍କର ଯୁଦ୍ଧକୁ ରୋକିବା ପାଇଁ ରୁଷିଆ ଭାରତ ଉପରେ ଭରସା କରୁଛି। ଏହାର ପ୍ରମାଣ ପୁଣି ଥରେ ଦେଖିବାକୁ ମିଳିଛି ଯେତେବେଳେ ମସ୍କୋରେ ପୁଟିନ ଏବଂ ଅଜିତ ଡୋଭାଲ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପୁଟିନ ଡୋଭାଲଙ୍କୁ ନିଜର ଦୃଦୟର କଥା କହିଛନ୍ତି।

ପୁଟିନ କହିଛନ୍ତି ଯେ ସେ ପୁଣି ପିଏମ ମୋଦିଙ୍କୁ ଅପେକ୍ଷା କରିଛନ୍ତି। ଆସନ୍ତା ମାସରେ ରୁଷିଆରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି। କେବଳ ଏତିକି ନୁହେଁ, ସେ ଡୋଭାଲଙ୍କ ମାଧ୍ୟମରେ ଏକ ବାର୍ତ୍ତା ପଠାଇଛନ୍ତି ଯେ ସେ ବ୍ରିକ୍ସ ବ୍ୟତୀତ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଚାହୁଁଛନ୍ତି।

ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନୂତନ ପ୍ରୟାସ ମଧ୍ୟରେ ଅଜିତ ଡୋଭାଲ ଗୁରୁବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ମୋଦିଙ୍କ ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି।

ସେପଟେ ପୁଟିନ ଆସନ୍ତା ମାସରେ କଜାନରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପ୍ରସ୍ତାବ ଦେଇଛନ୍ତି। ଗୁରୁବାର ସେଣ୍ଟ ପିଟର୍ସବର୍ଗରେ ଡୋଭାଲଙ୍କ ସହ ସାକ୍ଷାତ ସମୟରେ ପୁଟିନ ଏହି ପ୍ରସ୍ତାବ ଦେଇଛନ୍ତି।

 

Share