ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ରହିଛି: ପୁଟିନ

କିର୍ଗିଜସ୍ତାନ,୧୪।୧୦: ହମାସ ଦ୍ୱାରା ଅପ୍ରତ୍ୟାଶିତ ର୍ନିଦ୍ଦୟ ଆକ୍ରମଣର ସମ୍ମୁଖୀନ ହେବାପରେ ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାରକୁ ସ୍ବୀକୃତି ଦେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ଜେରୁଜେଲମ କରି ରାଜଧାନୀ କରି ଏକ ସ୍ବାଧୀନ ପାଲେଷ୍ଟାଇନ ଦେଶ ଗଠନ କରିବାକୁ ଜୋର ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ପୁଟିନ କହିଛନ୍ତି। କମନୱେଲଥ ଅଫ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଏସଏସ) ଶିଖର ସମ୍ମିଳନୀରେ ପୁଟିନ ଏହି ପ୍ରସଙ୍ଗ ଉଠାଇଛନ୍ତି।

ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ବୁଝାମଣା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପୁଟିନ ଶିଖର ସମ୍ମିଳନୀରେ କହିଛନ୍ତି। ପୁଟିନ ଆହୁରି କହିଛନ୍ତ, ମିଳିତ ଜାତିସଂଘର ଦୁଇ-ରାଷ୍ଟ୍ର କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାର ଲକ୍ଷ୍ୟ ହେବା ଉଚିତ। ଯାହାର ଅର୍ଥ ପୂର୍ବ ଜେରୁଜେଲମକୁ ଏହାର ରାଜଧାନୀ ଭାବରେ ଏକ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ କରିବା ଉଚିତ୍‌। ଇସ୍ରାଏଲ ନିଶ୍ଚିତ ଭାବରେ କ୍ରୁରତାର ପ୍ରତିଆକ୍ରମଣ କରିଛି। କିନ୍ତୁ ନିସନ୍ଦେହ, ତାର ନିଜର ରକ୍ଷା କରିବାର ଅଧିକାର ଅଛି। ଏହାର ଶାନ୍ତିପୂର୍ଣ୍ଣ ଅସ୍ତିତ୍ୱକୁ ସୁନିଶ୍ଚିତ କରିବାର ଅଧିକାର ଅଛି। ମୁଁ ଏହାକୁ ଯେପରି ଦେଖୁଛି, ଏହି ପ୍ରକାର ପରିସ୍ଥିତିରେ ଏବଂ ଏହି ର୍ନିଦ୍ଦିଷ୍ଟ ସ୍ଥାନରେ, ଦୁଇଟି ମୁକ୍ତ ଦେଶ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ଦ୍ୱାରା ଗିରଫ ୱାରେଣ୍ଟ ଦିଆଯିବା ପରେ ପୁଟିନଙ୍କ ର୍କିଗିଜସ୍ଥାନ ଗସ୍ତ ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ଦୁଇ ଦିନିଆ ଗସ୍ତରେ ସେ ସିଏସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହା ଏକ ଆଞ୍ଚଳିକ ସଂଗଠନ, ଯେଉଁଥିରେ ପୂର୍ବତନ ସୋଭିଏତ ଗଣତନ୍ତ୍ର ଅନ୍ତର୍ଭୁକ୍ତ। ଏହି ଅଞ୍ଚଳରେ ଋଷିଆର ପ୍ରଭାବ ହ୍ରାସ ହେବା ନେଇ ଆଲୋଚନା ମଧ୍ୟରେ ପୁଟିନଙ୍କ ଉପସ୍ଥିତି ଜରୁରୀ ଥିଲା। ୟୁକ୍ରେନ ସହ ଯୁଦ୍ଧ ହେବା ଦିନରୁ ପୁଟିନ କୌଣସି ବିଦେଶ ଗସ୍ତ କରି ନ ଥିଲେ। ଏହା ସତ୍ତ୍ୱେ ବେଜିଂରେ ତୃତୀୟ ବେଲ୍ଟ ଏବଂ ରୋଡ ଫୋରମ ପାଇଁ ପୁଟିନ ଆସନ୍ତା ସପ୍ତାହରେ ଚୀନ ଗସ୍ତ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri