ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ କେହି ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି, ଯିଏ ରୁଷିଆରେ ପୁଟିନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ତାଙ୍କୁ ମଧ୍ୟ ଭୟଙ୍କର ଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି। ରୁଷିଆ ନିର୍ବାଚନରେ ଠକେଇ ଅଭିଯୋଗ କିଛି ନୂଆ କଥା ନୁହେଁ, କିନ୍ତୁ ଏଥର ପୁଟିନ ପ୍ରଶାସନ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆସୁଛି। ରୁଷିଆର ମୁଖ୍ୟ ବିରୋଧୀ ଦଳର ନେତା ସ୍ବର୍ଗତ ଆଲେକ୍ସୀ ନାଭାଲନିଙ୍କ ଜଣେ ବିଶେଷ ସହାୟକ ବର୍ତ୍ତମାନ ନିର୍ବାଚନ ଫଳାଫଳକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।
ଭ୍ଲାଡିର୍ମି ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ତାଙ୍କ ସାମ୍ନାରେ ଛିଡା ହୋଇଥିବା ତିନିଜଣ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

Share