Categories: ଫୁରସତ

ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି। ୨୦୧୪ରେ ସେ ସ୍ତ୍ରୀ ଲାୟୁଦିମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ସେ ତାଙ୍କ କଥିତ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ।

ପୁଟିନ୍‌ଙ୍କ ପ୍ରେମିକା ଅଲିନା କାବାଏଭା ଏକ ନାମୀ ଗଣମାଧ୍ୟମ ସଂସ୍ଥାର ମାଲିକାଣି। ସେ ୨୦୦୧ରେ ପୁଟିନଙ୍କୁ ଭେଟିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ଜିମ୍ନାଷ୍ଟ ଥିଲେ। ଅଲମ୍ପିକ୍ସରେ ସେ ସ୍ବର୍ଣ୍ଣପଦକ ମଧ୍ୟ ଜିତିବା ପରେ ପୁଟିନ ସରକାରଙ୍କ ସଂସଦର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଗଣମାଧ୍ୟମ ସଂସ୍ଥାର ନୂଆ ପଦ ସମ୍ଭାଳି ଆସୁଛନ୍ତି। ସେ ପ୍ରତିବର୍ଷ ୭.୫ ମିଲିୟନ ୟୁରୋ ରୋଜଗାର କରନ୍ତି, ଯାହା ଭାରତୀୟ ମୂଲ୍ୟରେ ୬୬ କୋଟିରୁ ଅଧିକ।

Share